ୟୁଟ୍ୟୁବରୁ ଆଇଡିଆ ନେଇ କରୁଥିଲେ ଚୋରି, ଫ୍ଲାଇଟରେ ବୁଲୁଥିଲେ କାଟୁଥିଲେ ବିଳାସପୂର୍ଣ୍ଣ ଜୀବନ

ଗଞ୍ଜାମ: ଗଞ୍ଜାମ ପରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ଏକ ପେସାଦାର ୫ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ୟୁଟୁବରୁ ଆଇଡିଆ ନେଇ ଏମାନେ ଏସବୁ ଚୋରି କରୁଥିଲେ ବୋଲି ଏସପି କହିଛନ୍ତି । ଗତ ୩ ବର୍ଷ ଧରି ଏହି ଚୋର ମାନେ ଘରେ କେହି ନଥିବା ସମୟରେ ଘରେ ପସି ଲୁଟୁଥିଲେ ଟଙ୍କା ଓ ସୁନାରୁପା ।

୫ ଅପରାଧୀଙ୍କ ମଧ୍ୟରେ ଦୁଇଜଣ ପେସାଦାର ଚୋର ସହ ୩ ଗ୍ରାହକ ଅଛନ୍ତି । ପେସାଦାର ଚୋର ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳର ସନ୍ତୋଷ ସାହୁ ଓ ଦିପକ ମହାପାତ୍ର । ଏମାନେ ବ୍ରହ୍ମପୁରରେ ଘର ଭଡ଼ା ନେଇ ରହୁଥିଲେ । ଚୋରି ପରେ ଟଙ୍କା ନେଇ କାଟୁଥିଲେ ବିଳାସପୂର୍ଣ୍ଣ ଜୀବନ । ଫ୍ଲାଇଟରେ ଭୁଲୁଥିଲେ ନୂଆ ନୂଆ ସ୍ଥାନ ।

ତେବେ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ୧୫ ଗୋଟି ଚୋରି ମାମଲା ରହିଥିଲା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ନିକଟରୁ ୫୪୦ ଗ୍ରାମ ସୁନା, ୩୦ ହଜାର ନଗଦ ଟଙ୍କା, ୧୫ ଲକ୍ଷ ଟଙ୍କାର ଏକ ଦାମି କାର, ୩ ଗୋଟି ଦାମି ମଟର ସାଇକେଲ, ୨ ଗୋଟି ଏଲସିଡି ଟିଭି, ୧ ଲାପଟପ୍‌, ୧ କ୍ୟାମେରା, ୧୫ ଗୋଟି ମୋବାଇଲ ଫୋନ ଜବତ ହୋଇଛି ।

Leave a Reply