ମାଲକାନଗିରି ହାଣ୍ଡିଶାଳ ଜଙ୍ଗଲରୁ ୫ କେ.ଜି ଲ୍ୟାଣ୍ଡମାଇନ୍ସ ଜବତ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା । ଚିତ୍ରକୋଣ୍ଡା ବ୍ଲକ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ୫ କେଜି ଓଜନର ଲ୍ୟାଣ୍ଡମାଇନ୍ସ ଜବତ କରିଛନ୍ତି ବିଏସ୍‌ଏଫ୍‌ ଯବାନ । ଏଥିସହ ମାଓବାଦୀଙ୍କ ପୋଷାକ, ପଲିଥିନ, ମଲ୍ଟିମିଟର, ଓ୍ବାକିଟକି ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ପଣସପୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ ବିଏସ୍‌ଏଫ୍‌ ଯବାନ । ଏହି ସମୟରେ ଏକ ଡ୍ରମ୍‌ରେ ପୋତା ହୋଇ ରଖାଯାଇଥିବା ୫ କେଜି ଓଜନର ଲ୍ୟାଣ୍ଡ ମାଇନର ସନ୍ଧାନ ମିଳିଥିଲା । ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀ ଲ୍ୟାଣ୍ଡ ମାଇନ୍ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିବା ପରେ ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରାଯିବ ।

Leave a Reply