୧୯୭୧ ବାଂଲାଦେଶ ଯୁଦ୍ଧର ୫ ଜଣ ହିରୋ, ଯିଏ ଭାରତକୁ ପାକିସ୍ତାନ ଉପରେ ନିର୍ଣାୟକ ବିଜୟ ପାଇଁ ଆଗେଇ ନେଇଥିଲେ ।

1 min read

୧୩ ଦିନ ଚାଲିଥିବା ଯୁଦ୍ଧରେ ଆତ୍ମ ସମର୍ପଣ କରିଥିଲେ ପ୍ରାୟ ୯୩ ହଜାର ସୈନ୍ୟ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସେନାଦ୍ୱାରା ଥିଲା ଏହା ସର୍ବ ବୃହତ୍ଆତ୍ମ ସମର୍ପଣ । ନିର୍ଣ୍ଣାୟକ ଭାବରେ ଯୁଦ୍ଧ ଜିତିଲା ଭାରତ ଏବଂ ବାଂଲାଦେଶ ସୃଷ୍ଟି ହେବା ସହିତ ଦୁଇ ଭାଗରେ ବିଭକ୍ତ ହେଲା ପାକିସ୍ତାନ । ଭାରତ ଯୁଦ୍ଧ ଜିତିଲା କିନ୍ତୁ,୩ ହଜାର ୯ ଶହ ସୈନ୍ୟଙ୍କ ଜୀବନ ଚାଲିଗଲା ଏବଂ ୧୦ ହଜାର ସବୁଦିନ ପାଇଁ ଭିନ୍ନକ୍ଷମ ହୋଇଗଲେ । କିନ୍ତୁ ଏହି ଯୁଦ୍ଧରେ ଯେଉଁ ପାଞ୍ଚ ଜଣ ଯୋଦ୍ଧାଙ୍କର ଥିଲା ମହାନ୍ବଳିଦାନ, ଆସନ୍ତୁ ତାଙ୍କୁ ମନେ ପକାଇବା ।

୧୯୭୧ ଯୁଦ୍ଧରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରାମେଶ୍ୱର ନାଥ କାଓ । ତାଙ୍କ ଦଳର ନାଁ ଥିଲା କାଓ ବାଳକ । ସେ ବାଂଲାଦେଶର ଆର୍କିଟେକ୍ଟ ଭାବରେ ଜଣାଶୁଣା । ସେ ଥିଲେ ଭାରତର ବାହ୍ୟ ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ର ମୁଖ୍ୟ । ଯୁଦ୍ଧରେ ତିନି ସେନା ବାହିନୀ ଲଢୁଥିବା ବେଳେ ପରଦା ପଛରେ ରହି କାମ କରୁଥିଲେ କାଓ । ଯାହା ନେତୃତ୍ୱରେ ର’ ସକ୍ରିୟ ଭାବରେ ବାଂଲାଦେଶ ସୈନ୍ୟଙ୍କୁ ପଶ୍ଚିମ ପାକିସ୍ତାନ ଉପରେ ବିଜୟୀ ହେବାରେ ସାହାଯ୍ୟ କରିଥିଲା ।

ସାମ୍ମାନେକ୍ସା: ସେହି ସମୟରେ ଭାରତୀୟ ସେନାର ମୁଖ୍ୟ ଥିବା ସାମ ମାନେକ୍ସା ମୁକ୍ତି ଯୁଦ୍ଧରେ ଭାରତକୁ ବିଜୟ ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୂର୍ବ ପାକିସ୍ତାନକୁ ଯିବାପାଇଁ ଇନ୍ଦିରା କହିବା ବେଳେ ତାହା ପୂର୍ବରୁ ଯଥେଷ୍ଟ ପ୍ରସ୍ତୁତି କରିବାକୁ ଇନ୍ଦିରାଙ୍କୁ ଅନୁମତି ମାଗିଥିଲେ ମାନେକ୍ସା । ଯାହାପରେ ମୁକ୍ତି ବାହିନୀକୁ ସଜାଇଥିଲେ । ନିଜର ଦକ୍ଷ ଏବଂ ବାମପନ୍ଥୀ ନେତୃତ୍ୱ ପାଇଁ ମାନେକ୍ସାଙ୍କୁ ପଦ୍ମଭୂଷଣ ଏବଂ ଭାରତର ଦ୍ୱିତୀୟ ତଥା ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୭୩ରେ ତାଙ୍କୁ ଫିଲ୍ଡ ମାର୍ଶଲ ପଦବୀ ପ୍ରଦାନ କରାଯାଇଥିଲା । ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ସେନା ଅଧିକାରୀ, ଯିଏ ଏହି ପଦବୀରେ ସମ୍ମାନିତ ହୋଇଥିଲେ ।

୧୯୭୧ ଯୁଦ୍ଧ ସମୟରେ ବ୍ରିଗେଡିୟର କୁଲଦୀପ ସିଂ ଚାନ୍ଦପୁରୀ ଭାରତୀୟ ସେନାରେ ମେଜର ଥିଲେ । ଲୋଙ୍ଗେଓ୍ୱାଲା ଯୁଦ୍ଧରେ ନିଜର ବୀର କାର୍ଯ୍ୟ ପାଇଁ ସେ ସବୁଦିନ ମନେ ରହିବେ । ୧୦୦ ସୈନ୍ୟକୁ ନେଇ ଏକ ଛୋଟ ଦଳ ଗଠନ କରିଥିଲେ ମଧ୍ୟ ୨୦୦୦ ପାକିସ୍ତାନୀ ସୈନ୍ୟଙ୍କ ସହିତ ଲଢି ଲୋଙ୍ଗେଓ୍ୱାଲା ସୀମାକୁ ସାହସର ସହିତ ରକ୍ଷା କରିଥିଲେ । ଯୁଦ୍ଧ ସମୟରେ ତାଙ୍କର ଅତୁଳନୀୟ ନେତୃତ୍ୱ ପାଇଁ ଚାନ୍ଦପୁରୀଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ଗ୍ୟାଲେଣ୍ଟ୍ରି ପୁରସ୍କାର ଥିବା ମହା ଭାଇ ଚକ୍ର ପ୍ରଦାନ କରାଯାଇଥିଲା।

କେବଳ ଏହି ଦୁଇ ବ୍ୟକ୍ତି ନୁହଁନ୍ତି ବରଂ ମେଜର ଜେନେରାଲ ଇଆନ କାର୍ଡ଼ୋଜୋ ଏବଂ ଫ୍ଲାଇଙ୍ଗ୍ଅଫିସର ନିର୍ମଳ ଜିତ୍ସିଂ ସେଖନଙ୍କ ବଳିଦାନ ଚିର ସ୍ମରଣୀୟ ।

Leave a Reply