ଗୋଟିଏ ଫ୍ରେମରେ ୫ଟି ପୀଢ଼ି

1 min read

ଦିନଥିଲା ଯେତେବେଳେ ମଣିଷ ଶତାଧିକ ବର୍ଷ ବଞ୍ଚୁଥିଲା । କିନ୍ତୁ ଏବେ ଧୀରେ ଏହା ହ୍ରାସ ହେବାରେ ଲାଗିଛି । ଏକା ସାଙ୍ଗରେ ତିନୋଟି ପୀଢ଼ିକୁ ଦେଖିବା ତ ଅସମ୍ଭବ ହୋଇପଡ଼ୁଛି ।  କିନ୍ତୁ ସୋସିଅଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଏକା ସାଙ୍ଗରେ ଅର୍ଥାତ୍‌ ଗୋଟିଏ ଫ୍ରେମରେ ୫ଟି ପୀଢ଼ିକୁ ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି ପ୍ରସିଦ୍ଧ ବିଜନେସମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ।

ଏହି ଭିଡ଼ିଓକୁ ଦେଖିବା ପରେ ଲାଗୁଛି ଯେମିତି ସୋସିଅଲ ମିଡିଆରେ ଏଭଳି ଭିଡ଼ିଓ ଶେୟାର କରିବା ଏକ ଟ୍ରେଣ୍ଡ୍‌ ହୋଇ ସାରିଛି । ସେହି ଲୋକମାନେ ଭିଡ଼ିଓ ଶେୟାର କରିବା ଆରମ୍ଭ କରିଛନ୍ତି ଯେଉଁମାନଙ୍କର ୪ କିମ୍ବା ୫ ପୀଢ଼ିଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି ।

 

ବାସ୍ତବରେ ଆନନ୍ଦ ମହିନ୍ଦ୍ରା କ୍ୟାପ୍ସନରେ ଲଖିଥିଲେଯେ, ଯଦି ଭାରତରେ ମଧ୍ୟ ଏଭଳି ଫଟୋ ସାମ୍ନାକୁ ଆସନ୍ତା ତେବେ ଭାଗ୍ୟରେ ଥିବାଭଳି ମନେ ହୁଅନ୍ତା । ଯାହାପରେ ୟୁଜର୍ସ ଭିଡ଼ିଓ ଏବଂ ଫଟୋ ଶେୟାର କରିବାରେ ଲାଗି ପଡ଼ିଛନ୍ତି । କେହି କେହି ଲେଖିଛନ୍ତିଯେ, ୪ ପୀଢ଼ିଙ୍କୁ ଏକା ସାଙ୍ଗରେ ଦେଖିବା କିଛି ଦୁର୍ଲଭ ନୁହେଁ ଯେମିତି ମହିନ୍ଦ୍ରା ବାବୁ ଭାବୁଛନ୍ତି ।

ସୂଚନାଯୋଗ୍ୟ ଆନନ୍ଦ ମହିନ୍ଦ୍ରା ଶେୟାର କରିଥିବା ଭିଡ଼ିଓ ଭାରତର ନୁହେଁ । ତେଣୁ ସେ ଭାରତରେ ମଧ୍ୟ ଏଭଳି ଫଟୋ ଦେଖିବାକୁ ଚାହୁଁଥିଲେ । ଏବେ ଲୋକଙ୍କର ଏତେ ମାତ୍ରାରେ ପ୍ରତିକ୍ରିୟା ଦେଖିବା ପରେ ଜଣାପଡ଼ୁଛି ନିହାତି ଭାବରେ ତାଙ୍କ ଇଛା ପୂରା ହୋଇଯାଇଛି ।