ଓଡିଆ ପୁଅ ନନ୍ଦୁରାମଙ୍କୁ ମରଣୋତ୍ତର ବୀରଚକ୍ର, କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ସମ୍ମାନ

1 min read

ନୂଆଦିଲ୍ଲୀ: ଦେଶର ସୀମାରେ ସୁରକ୍ଷା ପ୍ରହରୀ ସାଜି ଦେଶ ପାଇଁ ଦେଇଥିଲେ ଜୀବନ । ଗଲୱାନା ଘାଟିରେ ଡ୍ରାଗନ ସେନାକୁ ଜବାବ ଦେଇଥିବା ଗଲୱାନ ବୀରଙ୍କୁ ପ୍ରଦାନ କରାଯାଇଛି ସମ୍ମାନ । ତେଲେଙ୍ଗାନାରେ ଜନ୍ମିତ ସହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ଚଳିତବର୍ଷ ମରଣୋତ୍ତର ମହାବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ ।

ସେହିପରି ଗଲୱାନା ଘାଟିରେ ପ୍ରାଣ ହରାଇଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ ମରଣୋତ୍ତରବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ । ଯେଉଁଥିରେ ରହିଛନ୍ତି ମୟୁରଭଞ୍ଜର ସହିଦ ଯବାନ ନନ୍ଦୁରାମ ସୋରେନ । ସେହିପରି ସହିଦ କେ. ପଲାନି, ତେଜିନ୍ଦର ସିଂ, ଦୀପକ ସିଂ ଏବଂ ଗୁରୁତେଜ ସିଂଙ୍କୁ ଗଣତନ୍ତ୍ର ଦିବସରେ ଦିଆଯିବ ବୀର ଚକ୍ର ସମ୍ମାନ ।

ଗଣତନ୍ତ୍ର ଦିବସରେ ପ୍ରତିବର୍ଷ ସେନାର ସୁଦକ୍ଷ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯାଏ । ପରମବୀର ଚକ୍ର ପରେ ସେନା ପାଇଁ ମହାବୀର ଚକ୍ର ସର୍ବୋଚ୍ଚ ସମ୍ମାନ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମ୍ମାନରେ ସମ୍ମାନୀତ ହେବେ ଗଲୱାନା ବୀର ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ । ସେନାର ସାହାସ ଏବଂ ବୀରତାକୁ ସମ୍ମାନ ଜଣାଇ ଗଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଦାନ କରାଯାଏ ସମ୍ମାନ ।

ଚଳିତବର୍ଷ ଭାରତ-ପାକିସ୍ତାନ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେଇଥିବାବେଳେ ଗଲୱାନା ଘାଟିରେ ଦେଖିବାକୁ ମିଳିଥିଲା ରକ୍ତାକ ସଂଗ୍ରାମ । ଯେଉଁଥିରେ ୨୦ ଭାରତୀୟ ଯବାନ ନିହତ ହୋଇଥିଲେ, ଅନେକ ସେନୈକ ଆହତ ମଧ୍ୟ ହୋଇଥିଲେ । ଏହି ସଂଗ୍ରାମରେ ସର୍ବାଧିକ ନିହତ ହୋଇଥିଲେ ଡ୍ରାଗନ ସେନା ।

Leave a Reply