ହୋଲି ପୂର୍ବରୁ ହିମାଚଳରେ ଅଘଟଣ, ମାଡିଗଲା ଇନୋଭା ୫ ମୃତ

1 min read

ସୋଲାନ: ହୋଲି ପୂର୍ବରୁ ହିମାଚଳ ପ୍ରଦେଶରେ ବଡ ଅଘଟଣ। ସୋଲାନର ଧର୍ମପୁରର କାଲକା-ଶିମଲା ଜାତୀୟ ରାଜପଥରେ ପଥଚାରୀଙ୍କ ଉପରେ ମାଡିଗଲା ଇନୋଭା ।ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଅଛନ୍ତି  । କାଲକା ଶିମଲା ରାଜପଥ ଧର୍ମପୁରରେ ଘଟିଛି ଅଘଟଣ । ମଙ୍ଗଳବାର ସକାଳେ ଦ୍ରୁତ ଗତିରେ ଆସୁଥିବା ଏକ ଇନୋଭା ଘାଟିରେ ନିୟନ୍ତ୍ରଣ ହରାଇ ପଥଚାରୀଙ୍କ ଉପରେ ମାଡି ଯାଇଥିଲା ।

ଦୁଇ ଗୁରୁତରଙ୍କୁ ଚଣ୍ଡିଗଡ ସ୍ଥାନାନ୍ତର କରାଯାଇଛି  । ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି  । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ମୃତକମାନେ ରାସ୍ତାକଡରେ ଚାଲିଚାଲି ଯିବା ସମୟରେ ହଠାତ ସେମାନଙ୍କ ଉପରେ ଏକ ଇନୋଭା ମାଡି ଯାଇଥିଲା  । ମୃତକଙ୍କ ପରିଚୟ ମିଳିଛି  ।

ସମସ୍ତ ମୃତକ ପ୍ରବାସୀ ଶ୍ରମିକ ହୋଇଥିବାବେଳେ ଉତ୍ତର ପ୍ରଦେଶର କୁଶୀନଗର ଓ ବିହାର ଛପରା ନିବାସୀ ଅଟନ୍ତି  । ମୃତକମାନେ ହେଉଛନ୍ତି ଗୁଡ୍ଡୁ ଯାଦବ, ରାଜା ବର୍ମା, ନିପ୍ପୁ ନିସାଦ, ମୋତିଲାଲ ଯାଦବ ଓ ସନ୍ନି ଦେଓଲ  ।