୨୦ ବର୍ଷରେ ଚୀନରୁ ୫ ମହାମାରୀ, ଚୀନକୁ ବ୍ୟାନ୍ କରିବା ପାଇଁ ଆମେରିକା ସିନେଟରେ ପ୍ରସ୍ତାବ

ୱାସିଂଟନ: କରୋନା ଭାଇରସ ମହାମାରୀକୁ ନେଇ ଆମେରିକା ଚୀନ ଉପରେ ଲଗାତର ଆକ୍ରମଣ କରୁଛି । ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ରବର୍ଟ ଓବ୍ରାୟାନ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ଚୀନରୁ ୫ ମହାମାରୀ ଜନ୍ମ ନେଇଛି । ଏହି ଧାରାକୁ ଅଟକାଇବାକୁ ହେବ । ଓବ୍ରାୟନ କହିଛନ୍ତି ଯେ, ସାର୍ସ,ଏଭିଆନ୍ ଫ୍ଲୁ,ସ୍ୱାଇନ୍ ଫ୍ଲୁ ଓ କରୋନା ଭାଇରସ ଚୀନରୁ ଉତ୍ପନ ହୋଇଛି । ତେବେ ସେ ପଂଚମ ସଂକଟ ବାବଦରେ କିଛି ମଧ୍ୟ କହି ନାହାନ୍ତି ।

ସମଗ୍ର ବିଶ୍ୱ ଚୀନଠାରୁ ଯବାବ ମାଗିବ

ଆମେରିକା ଏନଏସଏ କହିଛନ୍ତି ଯେ, ଆମେ ଜାଣିଛୁ କରୋନା ଭାଇରସ ଚୀନର ବୁହାନ ସହରରୁ ଜନ୍ମ ନେଇଛି । ଏହାର ପ୍ରମାଣ ମଧ୍ୟ ରହିଛି । ତେଣିକି ଭାଇରସ ବୁହାନ ମିଟ୍ ମାର୍କେଟରୁ ଆସୁ କି ଲାବରୁ କିନ୍ତୁ ଏହି ମାମଲାରେ ଚୀନର ନାମ ଉଠିବା ଭଲ କଥା ନୁହେଁ ।  ଏବେ ପୁରା ଦୁନିଆ ଚୀନ ସରକାରଙ୍କୁ କହିବ ଯେ,ବାରମ୍ବାର ଏଭଳି ସଂକଟରେ ତୁମେ ଆମକୁ ପକାଇ ପାରିବ ନାହିଁ ।

ସାହାଯ୍ୟ ପ୍ରସ୍ତାବକୁ ଚୀନ ଅଗ୍ରାହ୍ୟ କରିଥିଲା

ଓବ୍ରାୟନ କହିଛନ୍ତି ଯେ, ଚୀନ ଚାହିଁଥିଲେ କରୋନା ଭାଇରସକୁ ରୋକି ପାରିଥାନ୍ତା । ଆମେରିକା ସ୍ପାସ୍ଥ୍ୟ ବିଶେଷଜ୍ଞ ପଠାଇବାକୁ ପ୍ରସ୍ତାବ ଦେଇଥିଲା  କିନ୍ତୁ ଚୀନ ପ୍ରତ୍ୟାଖାନ କରିଥିଲା । ଆମେରିକ ଏବେ ମଧ୍ୟ କଣ କରୋନା ଭାଇରସର ଉତ୍ପତି ଖୋଜୁଛି କି ? ଏହି ପ୍ରଶ୍ନର ଉତ୍ତରରେ ଓବ୍ରାୟନ କହଛନ୍ତି ଯେ, ଏସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ପାରିବ ନାହିଁ କିନ୍ତୁ ଆମେ ପ୍ରତିଦିନ ସମୀକ୍ଷା କରୁଛୁ । ଏହା ଏକ ଗମ୍ଭୀର ପ୍ରସଙ୍ଗ

ଚୀନକୁ ଭବିଷ୍ୟତରେ ଏଭଳି ସଂକଟକୁ ରୋକିବାକୁ ହେବ

କରୋନା ଭାଇରସ କାରଣରୁ ଦୁନିଆର ଅର୍ଥବ୍ୟବସ୍ଥା ଠପ ହୋଇ ପଡିଛି । ଗତ ୨୦ ବର୍ଷ ଭିତରେ ୫ମ ଥର ପାଇଁ ଏଭଳି ହୋଇଛି । ଚୀନକୁ ଏହାକୁ ରୋକିବାର ଥିଲା । ଚୀନକୁ ବାକି ଦୁନିଆଠାରୁ ସାହାଯ୍ୟ ଆବଶ୍ୟକ ।

ଆମେରିକା ସିନେଟରେ ଚୀନ୍ ଉପରେ ବ୍ୟାନ୍ ପାଇଁ ପ୍ରସ୍ତାବ

ଆମେରିକା ଓ ଚୀନ ମଧ୍ୟରେ ସଂଘର୍ଷ ଆଗକୁ ଅଧିକ ବଢିପାରେ । ବିବିସି ରିପୋର୍ଟ ଅନୁସାରେ ସିନେଟରେ ଚୀନ ଉପରେ ବ୍ୟାନ୍ ଲଗାଇବା ପାଇଁ ପ୍ରସ୍ତାବ ଆସିଛି । ରିପବ୍ଲିକାନ୍ ପାର୍ଟିର ସାଂସଦଙ୍କ ତରଫରୁ ଏହି ପ୍ରସ୍ତାବ ଆସିଛି । ପ୍ରସ୍ତାବରେ ଏମିତି ଆଇନର ପ୍ରାବଧାନ ରହିଛି ଯାହା ଆମେରିକା ରାଷ୍ଟ୍ରପତିଙ୍କୁ ଚୀନ ଉପରେ ବ୍ୟାନ୍ ଲଗାଇବା କ୍ଷମତା ଦେବ । ରିପବ୍ଲିକାନ୍ ପାର୍ଟିର କହିବା ହେଉଛି ଚୀନ ବାକି ଦୁନିଆଠାରୁ କରୋନା ଭାଇରସକୁ ନେଇ ତଥ୍ୟ ଲୁଚାଉଛି ତେଣୁ ତା’ଉପରେ ବ୍ୟାନ୍ ଲାଗୁ କରିବା ଉଚିତ

 

Leave a Reply