ଭାରତରେ କରୋନା ପାଇଁ ଗଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନା କର୍ଫ୍ୟୁ । ସାରା ବିଶ୍ୱରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଢ଼େଇ ଲକ୍ଷ ୫୦ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୩୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି । ଚୀନ୍‌ ପରେ ଏବେ ୟୁରୋପୀୟ ଦେଶ ଇଟାଲୀର ସ୍ଥିତି ସାଂଘାତିକ ହୋଇପଡ଼ିଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ଚୀନକୁ ଅତିକ୍ରମ କରି ୩ ହଜାର ୪୦୫ରେ ପହଞ୍ଚିଛି ।

କରୋନା ମୁକାବିଲା ପାଇଁ ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ, ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରଶଂସା

ସେପଟେ ଭାରତରେ ପଞ୍ଚମ ମୁଣ୍ଡ ନେଇଛି କରୋନା । ଭାରତରେ ପଞ୍ଚମ ମୁଣ୍ଡ ନେଲା କରୋନା । ପୂର୍ବରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ଯାଇଛି । ରାଜସ୍ଥାନର ଜୟପୁରରେ ଜଣେ ୬୯ ବର୍ଷୀୟ ଇଟାଲୀୟ ନାଗରିକ କରୋନାରେ ପ୍ରାଣ ହରାଇଛନ୍ତି । ଭାଇରସ ମୁକାବିଲା କ୍ଷେତ୍ରରେ ସାରା ବିଶ୍ୱ ବର୍ତ୍ତମାନ କ୍ୱାରେଣ୍ଟାଇନ ହେବାକୁ ଯାଉଛି । ଆମେରିକା, ତୁର୍କି, ସିରିୟା, ଇରାକରେ ବଡ଼ ବଡ଼ ସହର ଠପ୍‌ ହୋଇଯାଇଛି । ଭାରତ ମଧ୍ୟ ଆହୁରି ସତର୍କ ରହିଛି । ଆସନ୍ତା ୨୨ରୁ ଅନ୍ୟ ଦେଶ ସହ ବିମାନ ଚଳାଚଳ ବିଛିନ୍ନ କରିବେ ସରକାର ।

Leave a Reply