ଆଗାମୀ ୫ ଦିନ ଯାଏ ବର୍ଷା ସମ୍ଭାବନା

1 min read

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଓଡିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ଓ ଛତିଶଗଡ଼ ଉପର ଦେଇ ଏକ ଟ୍ରପ ଲାଇନ ରହୁଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉଥିବା ବେଳେ ଆସନ୍ତା  ୨୪ ଘଣ୍ଟାରେ ମୟୁରଭଞ୍ଜ ,କେନ୍ଦୁଝର ,ବାଲେଶ୍ୱର ,ଭଦ୍ରକ,ଗଂଜାମ ,ଗଜପତି ,କୋରାପୁଟ  ଓ ନବରଙ୍ଗପୁର  ଜିଲ୍ଲାର ଅନେକ  ସ୍ଥାନରେ  ବିଜୁଳି  ଘଡ଼ଘଡ଼ି  ସହ ବର୍ଷା ହେବାର ସମ୍ଭାବନା  ଦେଇଛି  ପାଣିପାଗ  ବିଭାଗ।

ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି  ପାଣିପାଗ  ବିଭାଗ। ଆସନ୍ତାକାଲି ବିଜୁଳି ଘଡଘଡି ସହ ବର୍ଷା ଓ ଝଡିପବନ ହେବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ମୟୁରଭଞ୍ଜ କେନ୍ଦୁଝର ଅନୁଗୁଳ କନ୍ଧମାଳ ଗଂଜାମ ଗଜପତି ଓ ରାୟଗଡା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ୯ ତାରିଖରେ ମୟୁରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଯାଜପୁର ଭଦ୍ରକ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ରହିଛି।

ବିଶେଷ ଭାବେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତୀ ଏବଂ  ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଆଗାମୀ  ୩ ଦିନ ଯାଏ ବିସ୍ତାରିତ ବର୍ଷା ପାଇଁ ଓ୍ବାର୍ଣ୍ଣିଙ୍ଗ ରହିଛି। ରାଜ୍ୟରେ ଗତକାଲି ଠାରୁ ବର୍ଷାର ପ୍ରଭାବ ବିଶେଷ ଭାବେ ରହିଥିବା ବେଳେ ୭ ରୁ ୧୨ ତାରିଖ  ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରହିବ। ଏହାସହ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ରହିଛି। ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ  ରହିବା ସମ୍ଭାବନା ରହିଛି ।

ଆଗାମୀ ୨୪ ଘଣ୍ଟା  ଯାଏ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ  ଉତ୍ତର-ଉପକୂଳ ଓଡ଼ିଶାର  ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ  ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି। ଗଜପତି ଗୋଶାଣିରେ ସର୍ବାଧିକ ୭୯ .୦୦ ମିମି  ବର୍ଷା ରେକର୍ଡ ହୋଇଛି। ସେହିପରି ବିଭିନ୍ନ ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା  ବେଳେ ସର୍ବାଧିକ ତାପମାତ୍ରା ୪୪.୫  ବଲାଙ୍ଗୀରରେ ରେକର୍ଡ ହୋଇଛି।