ରାଜଧାନୀରେ ଆଜି ୫ ସଂକ୍ରମିତ ଚିହ୍ନଟ, ୨ଟି ସ୍ଥାନୀୟ ମାମଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ଆଜି ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ରହିଛି ୫ଟି ମାମଲା । ୨ଟି ସ୍ଥାନୀୟ ସଂକ୍ରମଣ ହୋଇଥିବା ବେଳେ ୩ଟି ହୋମ୍ କ୍ୱାରେଣ୍ଟାଇନର । ଚିନ୍ତାମଣିଶ୍ୱର, ବୁଦ୍ଧେଶ୍ୱରୀ ମନ୍ଦିର ନିକଟରୁ ହୋମ୍ କ୍ୱାରେଣ୍ଟାଇନରେ ଥିବା ୩୧ ବର୍ଷୀୟ ପୁରୁଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିକଟରେ ଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ ।

ପଟିଆ ଅଞ୍ଚଳରୁ ଜଣେ ୪୧ ବର୍ଷୀୟ ପୁରୁଷଙ୍କ ନମୁନା ପଜିଟିଭ୍ ଆସିଛି । ସେ ନିକଟରୁ ସାଉଦି ଆରବରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ । କୋଳଥିଆରୁ ୨୬ ବର୍ଷିଆ ମହିଳାଙ୍କ ନମୁନା ପଜିଟିଭ୍ ଆସିଛି । ସେ କୋଲକାତାରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

ନୟାପଲ୍ଲୀ ବେହେରା ସାହିରୁ ୩୭ ବର୍ଷିଆ ମହିଳା ସଂକ୍ରମିତ ହୋଇଛନ୍ତି । ସେ ଅନ୍ୟ ଜିଲ୍ଲାରୁ ଗତ ୮ ତାରିଖରେ ଫେରିଥିଲେ । ସେହିଭଳି ଏକ ଘରୋଇ ହସ୍ପିଟାଲରେ ଜଣେ କର୍ମଚାରୀଙ୍କ ନମୁନା ପଜିଟିଭ୍ ଆସିଛି । ସେ ଗତ ୧୧ ତାରିଖରେ ଅନ୍ୟ ଜିଲ୍ଲାରୁ ରାଜଧାନୀକୁ ଫେରିଥିଲେ ।

ରାଜ୍ୟରେ ୧୪୬ ନୂଆ ସଂକ୍ରମିତ ଚିହ୍ନଟ, କନ୍ଧମାଳରୁ ସର୍ବାଧିକ ୪୮ ପଜିଟିଭ୍

Leave a Reply