ଗୋଟିଏ ଦିନରେ ପୁରୀରୁ ୧୧ କରୋନା ପଜିଟିଭ ଚିହ୍ନଟ…
ପୁରୀ: ରାଜ୍ୟରେ କରୋନା ଗ୍ରାଫ ବଢ଼ିବାରେ ଲାଗିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୁରୀରୁ ପୁଣି ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ପୁରୀରେ କରୋନା ପଜିଟଭଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ତେବେ ଆଜି ଦିନକ ଭିତରେ ପୁରୀରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପିପିଲିର, ଜଣେ ହେଉଛନ୍ତି କୋଣାର୍କର ଏବଂ ଦୁଇଜଣ ହେଉଛନ୍ତି ପୁରୀ ଟାଉନର ।
ତେବେ ଏମାନଙ୍କ ମଧ୍ୟରୁ ୩ ଜଣେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ଜଣେ ୧୫ ତାରିଖରେ ଗିରଫ ହୋଇ କୁମ୍ଭାରପଡ଼ା ଥାନାକୁ ଆସିଥିଲେ । ଏଭଳି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ । ତେବେ ଆଜି ପୁରୀ କୁମ୍ଭାରପଡ଼ା ଥାନାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଉଥିଲେ । ଅଭିଯୁକ୍ତ ଜଣକ ଅରେନ୍ଦ୍ର ପୋଖରୀ ଅଞ୍ଚଳର ହୋଇଥିବାରୁ ଉକ୍ତ ଅଞ୍ଚଳକୁ ସୁଲ କରାଯିବା ପାଇଁ କାର୍ଯ୍ୟ ଚାଲୁଛି ବୋଲି କହିଛନ୍ତି ଜିଲ୍ଲାପାଳ । ଏହାସହ ଅଭିଯୁକ୍ତ ପଜିଟିଭ ଜଣକ କାହା କାହା ସହ ମିସିଛନ୍ତି ସେ ନେଇ ଏବେ କଣ୍ଟାକ୍ଟ ଟ୍ରେସିଂ ଚାଲୁଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।