ସୁସ୍ଥ ହେଲେ ରାଜ୍ୟର ୫ କରୋନା ସଂକ୍ରମିତ
1 min readଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ଆସିଛି ଭଲ ଖବର । ଆଜି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Happy to share that 5 more #COVID19 positive cases, one each from Bhubaneswar, Dhenkanal, Kalahandi, Sundargarh and Kendrapada have recovered.
With this, the total recoveries of the State stand at 29. #OdishaFightsCorona
— H & FW Dept Odisha (@HFWOdisha) April 21, 2020
ରାଜ୍ୟରେ ମୋଟ ୭୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ଏଥିସହ କରୋନା ସଂକ୍ରମିତ ସୁସ୍ଥ ହେବା ପରେ କଟକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଜିଲ୍ଲାକୁ ଆଶ୍ୱସ୍ତି ମିଳିଛି । ଏହିସବୁ ଜିଲ୍ଲାର ସମସ୍ତ ଆକ୍ରାନ୍ତ ବର୍ତ୍ତମାନ ଆରୋଗ୍ୟ ଲାଭ କରିଛନ୍ତି ।
ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଜିଲ୍ଲା | ଆକ୍ରାନ୍ତ | ସୁସ୍ଥ | ମୃତ |
ଖୋର୍ଦ୍ଧା | ୪୬ | ୧୮ | ୦୧ |
ଭଦ୍ରକ | ୦୮ | ୦୨ | ୦୦ |
ବାଲେଶ୍ୱର | ୦୮ | ୦୦ | ୦୦ |
ଯାଜପୁର | ୦୭ | ୦୧ | ୦୦ |
ସୁନ୍ଦରଗଡ଼ | ୦୩ | ୦୨ | ୦୦ |
କଳାହାଣ୍ଡି | ୦୨ | ୦୨ | ୦୦ |
କେନ୍ଦ୍ରାପଡ଼ା | ୦୨ | ୦୧ | ୦୦ |
କଟକ | ୦୧ | ୦୧ | ୦୦ |
ପୁରୀ | ୦୧ | ୦୧ | ୦୦ |
ଢେଙ୍କାନାଳ | ୦୧ | ୦୧ | ୦୦ |
ମୋଟ | ୭୯ | ୨୯ | ୦୧ |
ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି