୧୨ ହଜାର ଟଙ୍କାରେ ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣା, ୫ ଜଣଙ୍କୁ ବାନ୍ଧିଲା ପୋଲିସ

5 Arrested In New Born Girl Child Sell Case In Jajpur

ଚଣ୍ଡିଖୋଲ: ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣାରେ ୫ ଜଣ ଗିରଫ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କୋତପୁର ପଞ୍ଚାୟତ ସାନରାଇପଡ଼ା ଗାଁରେ ଶିଶୁକନ୍ୟା ବିକ୍ରି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମାମଲାରେ ନବଜାତ ଶିଶୁକନ୍ୟାର ବାପା ସହ ମଧ୍ୟସ୍ଥତା କରିଥିବା ଅଙ୍ଗନୱାଡ଼ି କର୍ମୀ, ତାଙ୍କ ଭାଇ ଏବଂ ଶିଶୁକୁ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି ପୋଲିସ ।

5 Arrested In New Born Girl Child Sell Case In Jajpur

ଗତ ୨୭ ତାରିଖରେ ସାନରାଇପଡା ଗାଁର ନଟବର ବେହେରାଙ୍କ ପତ୍ନୀ କାଞ୍ଚନ ଧର୍ମଶାଳା ମେଡିକାଲରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଉତ୍କଟ ଦାରିଦ୍ର୍ୟତା ସହ ଯୁଝୁଥିବା ଗରିବ ନଟବର ୧୨ ହଜାର ଟଙ୍କାରେ ନବଜାତ ଶିଶୁକନ୍ୟାକୁ ବିକି ଦେଇଥିଲେ । ଶିଶୁକନ୍ୟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଜନୈକ ଦମ୍ପତି କିଣିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ।

5 Arrested In New Born Girl Child Sell Case In Jajpur

ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁକନ୍ୟାର ବାପାମାଆଙ୍କୁ ପଚରାଉଚରା କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଧର୍ମଶାଳା ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଘଟଣାରେ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶିଶୁକନ୍ୟାକୁ କିଣିଥିବା ମହାକାଳପଡ଼ା ଅଞ୍ଚଳର ଦମ୍ପତିଙ୍କ ସହ ଧ୍ୟସ୍ଥତା କରିଥିବା ବାଲିଚନ୍ଦ୍ରପୁର ଥାନା ଭରତପୁର ଗାଁର ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ଦାସ ଓ ତାଙ୍କ ଭାଇ ଦୀପକ ଦାସ ଏବଂ ଶିଶୁକନ୍ୟାର ବାପା ନଟବରକୁ ପୋଲିସ ଗିରଫ କରିଛି ।

Leave a Reply