ଯୁବତୀ ଚାଲାଣ ମାମଲାରେ ୫ ଗିରଫ

ବଲାଙ୍ଗୀର: ଯୁବତୀ ଚାଲାଣ ମାମଲାରେ ୫ ଗିରଫ । ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଓଡ଼ିଶା ବଲାଙ୍ଗୀରର ଦମ୍ପତି ଶଙ୍କର ମଙ୍ଗରାଜ ଓ ବିମଳା ମଙ୍ଗରାଜ ମାଷ୍ଟରମାଇଣ୍ଡ ରହିଥିବା ପୋଲିସ ସୂଚନା ଦେଇଛି । କାମ ଯୋଗାଇଦେବା ନାଁରେ ଶଙ୍କର ଓ ବିମଳା ଯୁବତୀମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିଲେ ।

ଗତ କିଛିବର୍ଷ ହେବ ସ୍ବାମୀ, ସ୍ତ୍ରୀ ଓଡ଼ିଶା ଛାଡ଼ି ଛତିଶଗଡ଼ର ରାୟପୁରରେ ରହି ଆସୁଥିଲେ । ସେଠାରେ ଏକ ଗ୍ୟାଙ୍ଗ ତିଆରି କରିଥିଲେ । ବିଭିନ୍ନ ପ୍ରଲୋଭନ ଦେଖାଇ ଓଡ଼ିଶାରୁ ଯୁବତୀମାନଙ୍କୁ ନେଇ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ଚାଲାଣ କରୁଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଯୁବତୀମାନଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।