ଲଦାଖରେ ଭୂମିକମ୍ପ, ଜାପାନରେ ସୁନାମୀ ଆର୍ଲଟ

ଲଦାଖ: ଲଦାଖରୁ ଜାପାନ ପର୍ଯ୍ୟନ୍ତ ଭୂମିକମ୍ପ ଝଟକା । ଥରିଗଲା ମାଟି । ଭୟରେ ଲୋକେ ଘର ଛାଡି ପଳାଇ ଆସିଲେ ବାହାରକୁ । ଲଦାଖରେ ହୋଇଥିବା ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୫.୨ ମପା ଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସମୋଲଜି ଅନୁସାରେ ସନ୍ଧ୍ୟା ପ୍ରାୟ ୭ଟା ୫ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଭୂମିକମ୍ପ ଝଟକା ଅନୁଭବ ହେବା ପରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ । ବର୍ତ୍ତମାନ ସୁଦ୍ଧା କିଛଇ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ହେଲେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ସ୍ଥାନୀୟ ପାଣିପାଗ କେନ୍ଦ୍ର ଅଧିକାରୀଙ୍କ ଅନୁସାରେ ଭୂମିକମ୍ପର ଗଭୀରତା ୧୧୦ କିମି, ଦ୍ରାଘିମା ୭୫.୧୮ ପୂର୍ବ ଓ ଅକ୍ଷାଂଶ ୩୬.୦୧ ଉତ୍ତର ରହିଛି ।
ଜାପାନରେ ଝଟକା, ସୁନାମୀ ଆର୍ଲଟ
ଲଦାଖରେ ଏହାର ପ୍ରଭାବ କମ ଅନୁଭୂତ ହୋଇଥିବା ବେଳେ ଜାପାନରେ ଅଧିକ ପଡିଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ମପା ଯାଇଛି । ଭୂମିକମ୍ପ ପରେ ଜାପାନରେ ସୁନାମୀ ସତର୍କତା ଜରି କରାଯାଇଛି ।