spot_img

Latest Posts

ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ

ଜାମ୍ମୁକାଶ୍ମୀର: ଆାତଙ୍କବାଦୀଙ୍କ ବିରୋଧରେ ଜାରି ରହିଛି ଦମନ । ବୁଧବାର ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତୀୟ ସେନା ସହିଦ ହୋଇଥିବାବେଳେ କଡ଼ା ଜବାବ ଦିଆଯାଉଛି ।  ଚତୁର୍ଥ ଦିନରେ ଜାରି ରହିଛି ସର୍ଚ୍ଚ ଅପରେସନ । ପାହାଡ଼ ଉପରେ ଲୁଚି ରହି ଆକ୍ରମଣ କରୁଥିବା ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଆଜି ଡ୍ରୋନ୍‌ ଆକ୍ରମଣ ହୋଇଛି। ଡ୍ରୋନ୍‌ରୁ ଦୁଇଟି ପର୍ଯ୍ୟାୟରେ ବୋମାମାଡ଼ ହୋଇଥିବା ବେଳେ ପାରା କମାଣ୍ଡୋ ମଧ୍ୟ କୋକରନାଗ ପାହାଡ଼ରେ ପହଞ୍ଚିଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀରରୁ ତାଲିମ ନେଇ ଆସିଥିବା ୩ ଜଣ ଆତଙ୍କବାଦୀ କୋକରନାଗ ପାହାଡ଼ରେ ଲୁଚିଥିବା ଜଣାପଡ଼ିଛି।

ଏହି ସର୍ଚ୍ଚ ଅପରେସନରେ ସେନା ଏବଂ ପୋଲିସର ବରିଷ୍ଠ ଅଧିକାରୀମାନେ ତଦାରଖ କରୁଛନ୍ତି । ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଭାରତୀୟ ସେନା ହେଲିକପ୍ଟର ଏବଂ ଡ୍ରୋନ୍ ମଧ୍ୟ ବ୍ୟବହାର କରିଛି। ହେଲିକପ୍ଟର ଏବଂ ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଖୋଜିବା ପାଇଁ ଚେଷ୍ଟା କରାଯାଉଛି। ସେନା ମଧ୍ୟ ଆତଙ୍କବାଦୀଙ୍କ ଆଡକୁ ଅନେକ ଗୁଳି ଚଳାଇଛି।

 

Latest Posts

Don't Miss