ବିଧାନସଭା ଅଧିବେଶନର ଚତୁର୍ଥ ଦିନ ; ପୁଣି ସରଗରମ ହୋଇପାରେ ଗୃହ

ଭୁବନେଶ୍ବର: ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ବିଜେଡି ଜୋରଦାର ପ୍ରତିବାଦ ଜାରି ରଖିଛି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଂକୋଚିତ କରି ଅଫିସର ମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ଶାସକ ଦଳକୁ ଘେରିବ । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୂନର୍ବିଚାର କରିବାକୁ ଦଳ ଦାବି କରିବ।
ସେପଟେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାକୁ ଗୃହରେ ଦାବି ଦୋହରାଇବା ବିରୋଧିୀ । ଯାହାକୁ ନେଇ ଗୃହ ବେଶ ସରଗରମ୍ ହୋଇପାରେ । ସେହିପରି ଆଜି ସ୍ଵରାଷ୍ଟ୍ର, ସାଧାରଣ ପ୍ରଶାସନ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଏବଂ ଇଲୋକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି । ବିରୋଧୀଙ୍କ ପକ୍ଷରୁ ମୂଲତବୀ ପ୍ରସ୍ତାବ ଦିଆଯିବ ।