ସ୍କୁଲରେ ପାଠ ପଢାଉଛନ୍ତି ୪ର୍ଥ ଶ୍ରେଣୀର ଛାତ୍ରୀ

ନବରଙ୍ଗପୁର: ଡାବୁଗାଁ ବ୍ଲକ ଧାନିପୋଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳରେ ପାଠ ପଢାଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ରୀ । ଗଢୁଛନ୍ତି ନିଜ ସହପାଠୀଙ୍କ ଭବିଷ୍ୟତ । ଏହି ବିଦ୍ୟାଳକୁ ଶିକ୍ଷକ ଆସୁନଥିବା ବେଳେ ଉପସ୍ଥାନ ପଡୁନାହିଁ କି ମଧ୍ୟାହ୍ନ ଭୋଜନ ବି ରୋଷେଇ ହେଉନାହିଁ ।

ଜଣେ ଶିକ୍ଷକ ଛୁଟିରେ ଥିବା ବେଳେ  ଆଉ ଜଣେ ଶିକ୍ଷକ ବିଦ୍ୟାଳୟକୁ ଅଧିକାଂଶ ସମୟ ଆସୁନାହାନ୍ତି । ଏଠାରେ ଶିକ୍ଷକଙ୍କ ବିକଳ୍ପ ସାଜି ପାଠ ପଢାଉଛନ୍ତି ଛାତ୍ରୀ । ଶିକ୍ଷକଙ୍କ ଅନୁପସ୍ଥିତିରେ ବିଦ୍ୟାଳୟରେ କିଛି ଘଟିଯାଏ, ସେଥିପାଇଁ ଦାୟୀ କିଏ ରହିବ ତାହା ଏକ ପ୍ରଶ୍ନବାଚୀ ହୋଇଛି ।

Leave a Reply