ସାକାର ହେଲା ସ୍ୱପ୍ନ: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା 4G ସେବା

1 min read

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳବାସୀ ଦେଖିଲେ ଆଉ ଏକ ନୂଆ ସକାଳ । ଆରମ୍ଭ ହେଲା 4G ସେବା । ପୋଲିସର କଡା ସୁରକ୍ଷା ମଧ୍ୟରେ ଦୀର୍ଘ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସ୍ୱପ୍ନ ସାକାର ହେଲା। ହାନ୍ତାଳଗୁଡା, ପିପଲପଦର, ଯନ୍ତାପାଇ ଏବଂ ଦାରଲାବେଡାରେ ଆରମ୍ଭ ହେଲା ମୋବାଇଲ ସେବା।

ଏଥିରେ ଉପକୃତ ହେବେ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକ । ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ଲୋକେ ମୋବାଇଲ ଥିଲେ ମଧ୍ୟ କଥା ହେବା ପାଇଁ ଚିତ୍ରକୋଣ୍ଡା ଆସିବାକୁ ପଡ଼ୁଥିଲା । ମାଓବାଦୀଙ୍କ ନାଲି ଆଖି ଯୋଗୁଁ ମୋବାଇଲ ଯୋଗାଯୋଗ ପାଇଁ ଲୋକଙ୍କୁ କୌଣସି ସୁବିଧା ନଥିଲା । ବିଭିନ୍ନ ସ୍ଥାନରେ ଏନେଇ ମାଓବାଦୀ ଫତୱା ଜାରି କରିଥିବା ନଜିର ରହିଛି ।

କିନ୍ତୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା, ପୋଲିସର ସୁରକ୍ଷା ଯୋଗୁଁ ଆଜି ସ୍ୱାଭିମାନ ଅଞ୍ଚଳବାସୀ ଦେଖିଲେ ଆଉ ଏକ ନୂଆ ସକାଳ । ପୂର୍ବରୁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାସ୍ତା କାମକୁ ଜୋରଦାର କରି ସ୍ୱାଭିମାନ ଅଞ୍ଚଳ ଲୋକଙ୍କ ପାଇଁ ଯୋଗାଯୋଗର ସୁବିଧା କରିପାରିଥିଲେ । ଆଉ ଏବେ ଟେଲିକମ୍ ର ସୁବିଧା କରି ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି ।

Leave a Reply