ପେନସନ୍ କି ପଦୋନ୍ନତି ପାଇବେନି ୪୮୮ ବର୍ଗ ଅଧ୍ୟାପକ
1 min readଭୁବନେଶ୍ବର : ପେନସନ କି ପଦୋନ୍ନତି ପାଇବେନି ୪୮୮ ବର୍ଗ ମହାବିଦ୍ୟାଳୟ ଅଧ୍ୟାପକ। ୪୮୮ ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଚାକିରୀ ସର୍ତାବଳୀ, ପଦୋନ୍ନତି ଓ ପେନସନର ବ୍ୟବସ୍ଥା ନିମନ୍ତେ ବର୍ତମାନ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏ ନେଇ ଗୃହରେ ଲିଖତି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏଭଳି ଉତ୍ତରକୁ ନେଇ ବିଜେପି ସରକାରର ଦୋମୁହାଁ ନୀତି ପଦାରେ ପଡ଼ିଛି। ବିରୋଧୀ ଦଳରେ ଥିବା ସମୟରେ ୪୮୮ ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦରମା ଓ ପେନସନ ନେଇ ହୋହଲ୍ଲା କରୁଥିଲେ। ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା କରାଇଥିଲେ ବି ବିଜେପି ଅଧ୍ୟାପକମାନଙ୍କୁ ମତାଇ ଆନ୍ଦୋଳନ କରୁଥିବା ନଜିର ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ହେଲେ ନିଜେ ଯେବେ ସରକାରକୁ ଆସିଲେ, କାର୍ଯ୍ୟରତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସଂପୂର୍ଣ୍ଣ ଭାବେ ଦୂରେଇ ଦେଲେ ବିଜେପି ସରକାର । ସରକାରଙ୍କ ଏହା ଧୋକା ବୋଲି ଅଭିଯୋଗ କରିଛି ୪୮୮ ବର୍ଗ ଅନୁଦାନପ୍ରାପ୍ତ ଅଧ୍ୟାପକ-କର୍ମଚାରୀ ସମନ୍ବୟ ସମିତି। ସେପଟେ ବିଜେଡି ମଧ୍ୟ ରାଜ୍ୟ ସରକାରଙ୍କ ଡବଳ ରୋଲକୁ ଟାର୍ଗେଟ କରିଛି।