ୟୁକ୍ରେନରୁ ଫେରିଲେ ଆଉ ୪୮ଜଣ ଓଡ଼ିଆ ଛାତ୍ରଛାତ୍ରୀ

1 min read

ଭୁବନେଶ୍ୱର: ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ମେଡିକାଲ ଛାତ୍ରଛାତ୍ରୀ । ଗତକାଲି ରାତି ଓ ଆଜି ସକାଳେ ଖାରକିଭ୍ ସହରରୁ ପୋଲାଣ୍ଡ ସୀମା ଦେଇ ସି-୧୭ ବିମାନରେ ଏମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ଓଡ଼ିଶା ଅଭିମୁଖେ ରାତି ୮ଟା ୨୦ରେ ଯାତ୍ରା କରିବେ । ରାତି ୧୦ଟା ୩୦ରେ ସମସ୍ତେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

ଗତକାଲି ସୁଦ୍ଧା ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ରେନରୁ ଓଡ଼ିଶାରେ ପହଞ୍ଚି ସାରିଛନ୍ତି । ବର୍ତ୍ତମାନ ଖାରକିଭ୍ ସହରରେ ଆଉ କୌଣସି ଓଡ଼ିଆ ଛାତ୍ରଛାତ୍ରୀ ଫସି ନଥିବା ସୂଚନା ମିଳିଛି । ଆଜି ଫେରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ପ୍ରଚେଷ୍ଟା ଯୋଗୁ ଯୁଦ୍ଧଭୂମିରୁ ମାତୃଭୂମିକୁ ଫେରି ପାରିଛନ୍ତି ବୋଲି କହିଛନ୍ତି । ଅପରେସନ ଗଙ୍ଗାରେ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ବ୍ୟବସ୍ଥା କରିଥିଲେ ।

ଏହି ମିଶନରେ ୬୬ଟି ସ୍ୱତନ୍ତ୍ର ବିମାନ ନିୟୋଜିତ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ୧୭ ହଜାରରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେପଟେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭାରତରେ କିପରି ଜାରି ରହିବ, ସେ ଦିଗରେ ବ୍ୟବସ୍ଥା କରିବାକୁ ପ୍ରାଧାମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖଛନ୍ତି । ଏହା ସମସ୍ତ ଛାତତ୍ରଛତ୍ରୀଙ୍କୁ ଆଶ୍ୱସ୍ତ କରିଛି ।