ରବିବାର ରାତିରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ
ପୁରୀ: ପୁରୀରେ କାଲି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । ସେପଟେ ତିନିରଥରେ ଆଜି କପଡ଼ା ମଣ୍ଡଣି ହୋଇଛି । ଆସନ୍ତାକାଲି ତିନିରଥକୁ ରଥଖଳାରୁ ସିଂହଦ୍ବାର ସମ୍ମୁଖକୁ ଅଣାଯିବ । ସେହିପରି ଘୋଷଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନ୍ରେ ବିଭକ୍ତ କରାଯାଇଛି । ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ଦାୟିତ୍ବ ଦିଆ ଯାଇଛି ।
ସହରରେ ଶାନ୍ତି ଶୃଙ୍କଳା ଦୃଷ୍ଟିରୁ ଅର୍ଥାତ କୋଭିଡ କଟକଣାକୁ ନେଇ ରବିବାର ରାତି ୮ ଟାରୁ କର୍ଫ୍ୟୁ ଲଗାଯିବ । ଏହି ସମୟରେ ପୁରୀ ପୋଲିସ ପକ୍ଷରୁ କଡ଼ା କଟକଣା ଲାଗୁ କରାଯିବ । ସେପଟେ ଆଜି ତିନି ରଥରେ କୋଠ ସୁଆଁସିଆ ସେବକ କପଡା ମଣ୍ଡଣି କରିଛନ୍ତି । ରଥ ଇଞ୍ଜିନିୟରମାନେ ବ୍ରେକ୍ ଯାଞ୍ଚ କରିଥିଲେ । ଚଳିତବର୍ଷ ନବଯୌବନ ନୀତି ପରେ ଦୁଇଦିନ ଧରି ଉଭାଯାତ୍ରା ନୀତି କାନ୍ତି କରାଯାଉଛି । ରଥଖଳାରେ ତିନି ରଥ ଦଣ୍ଡାୟମାନ ହୋଇଥିବା ବେଳେ ଆସନ୍ତାକାଲି ଆଜ୍ଞାମାଳ ବିଜେ ପରେ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ ।