କ୍ୟାନସରରେ ଆଖି ବୁଜିଲେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତ
1 min readଭୁବନେଶ୍ୱର: ଆଖିବୁଜା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁସ୍ଥ ହୋଇଥିବା ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପଶ୍ଚିମବଙ୍ଗ ମେଦିନାପୁରର । ସେ ଗତ ୭ ତାରିଖରେ ପଶ୍ଚିମ ମେଦିନାପୁରରୁ ଆମ୍ବୁଲାନ୍ସରେ ଆସି ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୯ ତାରିଖରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା । ପରେ ତାଙ୍କୁ କିମ୍ସସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
୨୧ ଦିନର ଚିକିତ୍ସା ପରେ ଆଜି ୪୪ ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ । ପୂର୍ବରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ ୬ରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ରାଜ୍ୟରେ ଏବେ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୯ ରହିଛି ।
After treatment, he was found negative for COVID-19 in 2 repeat tests.
Although he had recovered from COVID he could not be discharged due to his pre-existing other medical complaints.
He passed away this morning due to hypopituirism with septic shock & multi organ failure.
— I & PR Department, Odisha (@IPR_Odisha) April 21, 2020
ମୃତକ ଜଣଙ୍କ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିଲେ ମଧ୍ୟ ପିଟ୍ୟୁଟାରୀ ଟ୍ୟୁମରରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଡିସଚାର୍ଜ କରାଯାଇ ନଥିଲା । ଆଜି ସେପ୍ଟିକ୍ ସକ୍ ଓ ବିଭିନ୍ନ ଅଙ୍ଗ କାମ ନକରିବାରୁ ସକାଳେ ତାଙ୍କର ମୃତ୍ୟୁ ହୋଇଛି । ସେ କୋଭିଡରୁ ସୁସ୍ଥ ହୋଇଥିବାରୁ ମୃତ୍ୟୁକୁ କରୋନା ମୃତ କୁହାଯିବ ନାହିଁ ବରଂ ସେ କ୍ୟାନସରରେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ନଜର ପକାନ୍ତୁ ରାଜ୍ୟର କରୋନା ଟେବୁଲ୍ ଉପରେ ।
ଜିଲ୍ଲା | ଆକ୍ରାନ୍ତ | ସୁସ୍ଥ | ମୃତ |
ଖୋର୍ଦ୍ଧା | ୪୬ | ୧୮ | ୦୧ |
ଭଦ୍ରକ | ୦୮ | ୦୨ | ୦୦ |
ବାଲେଶ୍ୱର | ୦୮ | ୦୦ | ୦୦ |
ଯାଜପୁର | ୦୭ | ୦୧ | ୦୦ |
ସୁନ୍ଦରଗଡ଼ | ୦୩ | ୦୨ | ୦୦ |
କଳାହାଣ୍ଡି | ୦୨ | ୦୨ | ୦୦ |
କେନ୍ଦ୍ରାପଡ଼ା | ୦୨ | ୦୧ | ୦୦ |
କଟକ | ୦୧ | ୦୧ | ୦୦ |
ପୁରୀ | ୦୧ | ୦୧ | ୦୦ |
ଢେଙ୍କାନାଳ | ୦୧ | ୦୧ | ୦୦ |
ମୋଟ | ୭୯ | ୨୯ | ୦୧ |
ପଶ୍ଚିମବଙ୍ଗର ସୁସ୍ଥ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କୋଲକାତା ଲିଙ୍କ୍ ରାଜ୍ୟରେ ସଂକ୍ରମଣ ମାମଲାକୁ ବଢ଼ାଇ ଚାଲିଛି । ସୋମବାର ଗୋଟିଏ ଦିନରେ ଯାଜପୁର ଓ ଭଦ୍ରକରୁ ଚିହ୍ନଟ ୧୦ ସଂକ୍ରମିତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଜଣାପଡ଼ିଥିଲା । ରାଜ୍ୟ ସରକାର ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତଙ୍କୁ ସରପଞ୍ଚ, ବିଡିଓଙ୍କ ନିକଟରେ ରେଜିଷ୍ଟ୍ରେସନ୍ କରିବା ସହ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।