ରାଜ୍ୟ ବାହାରକୁ ଚାଲାଣ ବେଳେ ୪୪ ଜଣ ଶ୍ରମିକ ଉଦ୍ଧାର

ବଲାଙ୍ଗିର:  ରାଜ୍ୟ ବାହାରକୁ ଚାଲାଣ ବେଳେ ବଲାଙ୍ଗିର ସହର କଚେରୀ ଛକରୁ ଉଦ୍ଧାର ହୋଇଛନ୍ତି ୪୪ ଶ୍ରମିକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ମହିଳା ଓ ପୁରୁଷ ଓ ୧୪ଶିଶୁ ରହିଛନ୍ତି । ଉଦ୍ଧାର ଶ୍ରମିକମାନେ ବେଳପଡା ଥାନା ରେଙ୍ଗାଲି, ଘଗରା ଓ ବୁଢ଼ାଭଟା ଗାଁର ହୋଇଥିବା ସୂଚନା ମିଳିଛି।

ହାଇଦ୍ରାବାଦ ଇଟା ଭାଟିରେ କାମ କରିବାକୁ ସେମାନେ ଯାଇଥାନ୍ତେ। ବେଲପଡ଼ାରୁ ବସରେ ବଲାଙ୍ଗିର ଆସୁଥିବା ବେଳେ ସକାଳ ୭ଟାରେ କଚେରୀ ଛକରେ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ଟାଉନ ପୋଲିସ । ଏହି ଶ୍ରମିକମାନେ ବଲାଙ୍ଗୀର ରେଳ ଷ୍ଟେସନରୁ ସକାଳ ୮.୩୦ରେ ନାଗାବଳୀ ଟ୍ରେନରେ ଯାଇଥାନ୍ତେ ହାଇଦ୍ରାବାଦ। ସର୍ଦ୍ଦାର ଟେଟକା ଦୀପ ପ୍ରତି ଶ୍ରମିକଙ୍କୁ ଜଣକ ପିଛା ୪୦ ହଜାର ଟଙ୍କା ଲେଖାଏଁ ଦେଇଥିବା ସୂଚନା ମିଳିଛି।