ଲକ୍‌ଡାଉନ୍‌ ପାଇଁ ଆନ୍ଧ୍ରପ୍ରଦେଶରେ ଫସିଥିଲେ ୪୨ ବିଇଡି ଛାତ୍ରଛାତ୍ରୀ, ସ୍ପେଶାଲ ବସ୍‌ରେ ଫେରୁଛନ୍ତି ଓଡ଼ିଶା

ଆନ୍ଧ୍ରପ୍ରଦେଶରୁ ଫେରୁଛନ୍ତି ୪୨ ବିଇଡି ଛାତ୍ରଛାତ୍ରୀ । ଆନ୍ଧ୍ରପ୍ରଦେଶ ସରକାରୀ ବସ୍‌ରେ ସେମାନେ ଗତକାଲି ରାତିରୁ ଓଡ଼ିଶା ଫେରୁଛନ୍ତି । ଲକ୍‌ଡାଉନ୍‌ ଯୋଗୁଁ ୪୨ଜଣ ବିଇଡି ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଫସି ରହିଥିଲେ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ଆନ୍ଧ୍ରପ୍ରଦେଶ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ପ୍ରକାଶମ୍‌ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଟ୍ରେନ୍‌ ଓ ବିମାନ ସେବା ବନ୍ଦ ଥିବାରୁ ଏପିଏସଆରଟିସି ବସ୍‌ରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରୁଛନ୍ତି । ଗତକାଲି ରାତିରେ ବସରେ ବସିଛନ୍ତି ଛାତ୍ରଛାତ୍ରୀ । ସରକାରଙ୍କ ଉଦ୍ୟମରୁ ଫେରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଧନ୍ୟବାଦ ଜଣାଇଛନ୍ତି।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

Leave a Reply