ଗୋଟିଏ ଦିନରେ ଭାରତରୁ ୪୧,୮୧୦ କରୋନା ସଂକ୍ରମିତ ଚିହ୍ନଟ
1 min readନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୧,୮୧୦ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହା ବ୍ୟତୀତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହି କରୋନା ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୩ ଲକ୍ଷ ୯୨ ହଜାର ୯୨୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ ଲକ୍ଷ ୫୩ ହଜାର ୯୫୬ଟି ମାମଲା ସକ୍ରିୟ ରହିଛି ।
With 41,810 new #COVID19 infections, India's total cases rise to 93,92,920
With 496 new deaths, toll mounts to 1,36,696 . Total active cases at 4,53,956
Total discharged cases at 88,02,267 with 42,298 new discharges in last 24 hrs. pic.twitter.com/JdmcMRBjm1
— ANI (@ANI) November 29, 2020
ସେପଟେ ୮୮ ଲକ୍ଷ ୦୨ ହଜାର ୨୬୭ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ୧ ଲକ୍ଷ ୩୬ ହଜାର ୬୯୬ ଲୋକ ପ୍ରାଣ ହରାଇଛନ୍ତି ।