spot_img

Latest Posts

୪୧ ହଜାର ୫୦୦ ବର୍ଷର ପୁରୁଣା ଗହଣା ଉଦ୍ଧାର, ହାତୀ ଦାନ୍ତରୁ ତିଆରି ହୋଇଥିଲା

ବାରସା: ପୋଲାଣ୍ଡର ପ୍ରତ୍ନତତ୍ତ୍ୱବିତ୍ ମାନେ ବିଶାଳ ହାତୀ ଦାନ୍ତରେ ତିଆରି ଏକ ପେଣ୍ଡେଣ୍ଟର ଅବଶେଷ ଖୋଜି ପାଇଛନ୍ତି । ଯାହା ୪୧ ହଜାର ୫୦୦ ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ୟୁରେସିଆର ଆଧୁନିକ ମାନବ ଦ୍ୱାରା ପ୍ରସ୍ତୁତ ହେଇଥିବା ଗହଣା ମଧ୍ୟରୁ ସବୁଠୁ ପୁରାତନ ବୋଲି ପ୍ରତ୍ନତତ୍ତ୍ୱବିତ୍ ମାନେ ପ୍ରକାଶ କରିଛନ୍ତି। ଦୁଇ ଖଣ୍ଡ ହୋଇଥିବା ଏହି ପେଣ୍ଡେଣ୍ଟ  ୨୦୧୦ ମସିହାରେ ପୋଲାଣ୍ଡର ଷ୍ଟେଜନିଆ ଗୁମ୍ଫାରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନ ବେଳେ ମିଳିଛି।

ନଭେମ୍ବର ୨୫ରେ ସାଇଣ୍ଟିଫିକ୍ ରିପୋର୍ଟ୍ସ ମାଗାଜିନରେ ପ୍ରକାଶିତ ଏକ ରିପୋର୍ଟରେ ବୖେଜ୍ଞାନିକଙ୍କ ଏକ ଟିମ୍ କହିଥିଲେ ଯେ, ରେଡ଼ିଓ କାର୍ବନ ଏକ୍ସପୋଜରରୁ ପେଣ୍ଡେଣ୍ଟଟି ୪୧ ହଜାର ୫୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି। ପେଣ୍ଡେଣ୍ଟରେ ୫୦ରୁ ଅଧିକ ପଙ୍କଚର ମାର୍କ ଏବଂ ଦୁଇଟି ଛିଦ୍ର ରହିଛି। ଆଉ ପ୍ରତ୍ୟେକ ପଙ୍କଚର ନିଜ ମଧ୍ୟରେ ଗୋଟିଏ ଗୋଟିଏ ପଶୁ କିମ୍ବା ଚନ୍ଦ୍ର କିମ୍ବା ସୂର୍ଯ୍ୟକୁ ପ୍ରତିନିଧିତ୍ୱ କରୁଛି ।

ଇଟାଲିରେ ବୋଲୋଗ୍ନା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଜଣେ ପ୍ରଫେସର ତଥା ରିସର୍ଚ୍ଚର ମୁଖ୍ୟ ବୖେଜ୍ଞାନିକ ସହରା ତାଲାମୋଙ୍କ କହିବାନୁଯାୟୀ, ଏହି ପେଣ୍ଡେଣ୍ଟଟି ହୁଏତ ଗଳାରେ ପିନ୍ଧା ଯାଉଥିଲା । କିନ୍ତୁ ଏହାକୁ ନେଇ ଠିକରେ ଦାବି କରିପାରୁନାହୁଁ ।

Latest Posts

Don't Miss