ରାଜ୍ୟରେ ୨ ଲକ୍ଷ ଟପିଲା କରୋନାରୁ ସୁସ୍ଥଙ୍କ ସଂଖ୍ୟା
1 min readଭୁବନେଶ୍ୱର: କରୋନା ମହାମାରୀ କବଜାରେ ପୁରା ରାଜ୍ୟ । ଏଇ ଭିତରେ ଭଲ ଖବର ଲୋକଙ୍କୁ ଆସ୍ୱସ୍ତି ଦେଉଛି । ରାଜ୍ୟରେ ୨ ଲକ୍ଷ ପାର ହୋଇଛି ସୁସ୍ଥ ସଂଖ୍ୟା । ତେବେ କରୋନାରୁ ସୁସ୍ଥତା ହାର କରୋନା ଭୟ ଭିତରେ ଲୋକଙ୍କୁ ଶାନ୍ତ୍ୱନା ଦେଉଛି । ପ୍ରତିଦିନ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ । ୨୪ ଘଣ୍ଟା ମଧ୍ୟରେ ୪ ହଜାର ୧୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ନୂଆ କରୋନା ରୋଗୀ ସୁସ୍ଥ ହେବା ପରେ ୨ ଲକ୍ଷ ଟପିଛି କରୋନା ସୁସ୍ଥତା ହାର । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ହେଉଛି ୨ ଲକ୍ଷ ୨ ହଜାର ୩୦୨ ଜଣ ସୁସ୍ଥ ହୋଇଛନ୍ତି ।
Happy to share that with the discharge of 4108 Covid patients today, Odisha has crossed the landmark of 2 lakh Covid recoveries!
The total recovered cases of Odisha now stand at 202302.
721 from Khordha
492 from Cuttack
212 from Jajapur
186 from Anugul
154 from Jharsuguda— H & FW Dept Odisha (@HFWOdisha) October 4, 2020
ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଛନ୍ତି । କଟକରୁ ୪୯୨, ଯାଜପୁରରୁ ୨୧୨, ଅନୁଗୁଳରୁ ୧୮୬, ଝାରସୁଗୁଡ଼ାରୁ ୧୫୪, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡ଼ାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ସୁନ୍ଦରଗଡ଼ରୁ ୧୧୬, ବରଗଡ଼ରୁ ୧୧୪, କେନ୍ଦ୍ରାପଡ଼ାରୁ ୧୦୭, ନବରଙ୍ଗପୁରରୁ ୮୯, ବଲାଙ୍ଗିରରୁ ୮୦, ଢ଼େଙ୍କାନାଳରୁ ୭୫, କୋରାପୁଟରୁ ୭୩, ସୋନପୁରରୁ ୭୩, କନ୍ଧମାଳରୁ ୭୧, ଗଞ୍ଜାମରୁ ୬୭, ରାୟଗଡ଼ାରୁ ୬୪, ପୁରୀରୁ ୫୫, ନୟାଗଡ଼ରୁ ୫୦, ବୌଦ୍ଧରୁ ୪୪, ଗଜପତିରୁ ୪୦, ମାଲକାନାଗିରିରୁ ୩୪, ଭଦ୍ରକରୁ ୧୬, ଦେଓଗଡ଼ରୁ ୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
71 from Kandhamal
67 from Ganjam
64 from Rayagada
55 from Puri
50 from Nayagarh
44 from Boudh
40 from Gajapati
34 from Malkangiri
16 from Bhadrak
8 from Deogarh
289 from State Pool— H & FW Dept Odisha (@HFWOdisha) October 4, 2020