୨୦୧୪ ପରେ ବିଦେଶରେ ଆତ୍ମହତ୍ୟା କଲେଣି ୪ ହଜାରରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଚାକିରି କରିବାକୁ ଘରଛାଡ଼ି ବିଦେଶ ଯାଉଛନ୍ତି ଭାରତୀୟ । କିନ୍ତୁ ପରିଣତି ମୃତ୍ୟୁ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।  ନିକଟରେ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଆକଳନରେ ଏହାର ଖୁଲାସା ହୋଇଛି । ଆକଳନ ଅନୁସାରେ, ଯୁକ୍ରରାଷ୍ଟ୍ର ଆମେରିକାରେ ୧୨୨ ଆତ୍ମହତ୍ୟା, ସାଉଦି ଆରବରେ ୧୨୪, ଓମାନରେ ୩୫୧, ବହରିନରେ ୧୮୦ ଏବଂ କତରରେ ୧୬୫ ଆତ୍ମହତ୍ୟା ହୋଇଛି ।  ୨୦୧୪ ପରଠାରୁ ଏପର୍ଯ୍ୟନ୍ତ ୪ ହଜାର ୫ ଜଣ ଭାରତୀୟ ଆତ୍ମହତ୍ୟା କରିଛନ୍ତି ।

ମାଲେସିଆରେ ୨୫୪, ଇଟାଲିରେ ୬୫, ଅଷ୍ଟ୍ରେଲିଆରେ ୩୩, କାନାଡ଼ାରେ ୩୦ ଏବଂ ଆମେରିକାରେ ୧୯ ଜଣ ଭାରତୀୟ ଆତ୍ମହତ୍ୟା କରିଛନ୍ତି । ବିଦେଶ ମନ୍ତ୍ରଣାଳୟର କହିବା ହେଉଛି ଏହି ସମସ୍ତ ହତ୍ୟା ବା ଆତ୍ମହତ୍ୟା ପଛରେ ରହିଛି ପାରିବାରିକ କଳହ ।

ବିଶେଷଜ୍ଞଙ୍କ ଅନୁସାରେ, ବିଦେଶରେ ଏମାନେ ଅଧିକ କାମ ଚାପରେ ରହୁଛନ୍ତି । ଏହା ମଧ୍ୟ ଆତ୍ମହତ୍ୟାର ଏକ କାରଣ ହୋଇପାରେ । କିନ୍ତୁ ବିଦେଶ ମନ୍ତ୍ରଣାଳୟର କହିବା ହେଉଛି ବିଦେଶରେ ରହୁଥିବା ଭାରତୀୟଙ୍କୁ ପ୍ରଥମିକତା ଦିଆଯାଏ । ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ କରାଯାଏ ।