ବ୍ରଜରାଜନଗର ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ

1 min read

ଭୁବନେଶ୍ୱର:  ବ୍ରଜରାଜନଗର ଉପ-ନିର୍ବାଚନ ନିମନ୍ତେ କଂଗ୍ରେସ ପ୍ରକାଶ କରିଛି ଷ୍ଟାର ପ୍ରଚାରକ ତାଲିକା  ।  କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ୪୦ ଜଣିଆ  ପ୍ରଚାରକ  । ପ୍ରଚାର ତାଲିକାରେ ରହିଛନ୍ତି  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ. ସିଂ ଦେଓ ।  ସେହିପରି ବ୍ରଜରାଜନଜର ପାଇଁ ମୈଦାନକୁ ଓହ୍ଲାଇବେ ଯୁବ ନେତା କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ।

ଅନ୍ୟପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ସହପ୍ରଭାରୀ ଜି. ରୁଦ୍ର ରାଜୁଙ୍କ ନାଁ ମଧ୍ୟ ତାଲିକାରେ ରହିଛି । ଏହାସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ରାଜ୍ୟ ସଂଗ୍ରେସର ସମସ୍ତ ବିଧାୟକଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ସାଂସଦ ସପ୍ତଗିରି ଉଲାକା, ବରିଷ୍ଠ ନେତା ଭକ୍ତ ଦାସଙ୍କ ମଧ୍ୟ ପ୍ରଚାରକୁ ଓହ୍ଲାଇବା ପାଇଁ ତାଲିକାରେ ନାମ ପ୍ରକାଶ କରିଛି କଂଗ୍ରେସ  ।