ଡମ୍ପିଂ ନିଆଁରୁ ଜଳିଗଲା କେବୁଲ, ଅନ୍ଧାରରେ ୪୦ ପଞ୍ଚାୟତ

ଭଦ୍ରକ: ଡମ୍ପିଂୟାର୍ଡ଼ ନିଆଁରୁ ଜଳିଗଲା 33 କେଭି ଅଣ୍ଡରଗ୍ରାଉଣ୍ଡ କେବୁଲ । ଅନ୍ଧାରରେ 40ରୁ ଅଧିକ ପଞ୍ଚାୟତ । ଭଦ୍ରକ ଚରମ୍ପାଠାରୁ ବାଲେଶ୍ୱର ସିମୁଳିଆ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଧାମରା ଓଭରବ୍ରିଜ ନିକଟ ଡ଼ମ୍ପିଂୱାର୍ଡ଼ରେ ନିଆଁ ଲାଗି ଇଲେକ୍ଟ୍ରି ଅଣ୍ଡର ଗ୍ରାଉଣ୍ଡ କେବୁଲ ଜଳିଯାଇଛି । ଫଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ଉଦ୍ୟମ କରୁଛି ବିଭାଗ ।