ଆନ୍ଧ୍ରପ୍ରଦେଶରୁ ଖରାପ ଖବର : ୪୦ପିଲା ହେଲେ କରୋନା ପଜିଟିଭ୍

1 min read

ହାଇଦ୍ରାବାଦ: ତାଣ୍ଡବ ରଚି ଚାଲିଛି କରୋନା । ଦିନ ବିତିବା ସହ ବଢୁଛି କରୋନର ପ୍ରକୋପ । ପ୍ରଥମେ କେବଳ ବୟସ୍କ ଲୋକମାନେ ଏହାର ଶିକାର ହେଉଥିବା ବେଳେ ଏବେ ପିଲାମାନେ ମଧ୍ୟ ସଂକ୍ରମିତ ହେବାର ଘଟଣା ସାମ୍ନାକୁ ଆସିଛି । ଏବେ ୩ରୁ ୧୭ ବର୍ଷ ମଧ୍ୟରେ ୪୦ ଜଣ ପିଲା କୋରନା ସଂକ୍ରମିତ ହୋଇଛନ୍ତି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ଏଠାରେ ପ୍ରାୟ ୪୦ଜଣ ପିଲାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛନ୍ତି । ସେଠାରେ ଏପ୍ରିଲ୍ ୧୫ ସୁଦ୍ଧା ଉକ୍ତ ରାଜ୍ୟର ବିଭିନ୍ନ COVID-19 କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୪୭୫ ସକ୍ରିୟ ମାମଲା ମଧ୍ୟରେ ଏହି ପିଲାମାନେ ରହିଛନ୍ତି ।

ତେବେ ପିଲାମାନଙ୍କଠାରେ ଏହି କୋରନା ପଜିଟିଭ୍ ଆସିବାର ମୁଖ୍ୟ କାରଣ ହେଉଛି ନିଜାମୁଦ୍ଦିନରେ ତବଲିଗି ଜାମାତ ଲିଙ୍କ୍ । ସୂଚନା ଅନୁସାରେ ମାର୍ଚ୍ଚରେ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜାମାତ ବୈଠକରେ ଯୋଗ ଦେଇଥିବା ପରିବାର ସଦସ୍ୟଙ୍କଠାରୁ ସମସ୍ତ ଶିଶୁଙ୍କୁ ଭୂତାଣୁ ସଂକ୍ରମିତ ହୋଇଛି । ଜଣେ  ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଜମାତରୁ ଫେରିଥିବା ଲୋକମାନେ ଜାଣି ନଥିଲେ ଯେ ସେମାନେ ସଂକ୍ରମିତ ତେଣୁ ତାଙ୍କ ଅଜାଣତରେ ସେମାନେ ତାଙ୍କ ପରିବାର ସଦସ୍ୟଙ୍କୁ ସଂକ୍ରମିତ କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରେ ଅନେକ ପିଲା ଅଛନ୍ତି ।

କେବଳ ସେତିକି ନୁହେଁ ଅନ୍ୟ ୧୨୪ ରୋଗୀ ହେଉଛନ୍ତି ମହିଳ । “କେତେକ କ୍ଷେତ୍ରରେ ପରିବାରର ସମସ୍ତ ସଂକ୍ରମିତ ମହିଳା ସଦସ୍ୟ, ସଂକ୍ରମିତ ବ୍ୟକ୍ତିଙ୍କ ସ୍ତ୍ରୀ, ଝିଅ ନହେଲେ ଭଉଣୀ”ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply