5T ସଚିବଙ୍କୁ ଅବଗତ ପରେ ଫନି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

1 min read

ପୁରୀ: ୪ ଦିନରେ ସମାଧାନ ହେଲା ୪ ବର୍ଷର ସମସ୍ୟା । 5T ସଚିବଙ୍କୁ ଅବଗତ ପରେ ଫନି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା । ଫନି ବାତ୍ୟାରେ ପୁରୀ ବାଟଗାଁ ଅଞ୍ଚଳର ଦମ୍ପତି ଦାମୋଦର ଓ ରମା ମହାପାତ୍ରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଗତ ୪ ବର୍ଷ ହେଲା ବିଭିନ୍ନ କାର୍ଯ୍ୟାଳୟ ଦୌଡ଼ିବା ପରେ ମଧ୍ୟ ସହାୟତା ମିଳୁନଥିଲା । ଗତ ୧୫ ତାରିଖରେ 5T ସଚିବ ଭିକେ ପାଣ୍ଡିଆନ ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଥିବାବେଳେ ହଠାତ ପହଞ୍ଚି ଦୁଃଖ ଜଣାଇଥିଲେ ଦମ୍ପତି ।

5T ସଚିବଙ୍କୁ ଦେଇଥିଲେ ଅଭିଯୋଗ ପତ୍ର । ପରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ । ଏହାର ୪ ଦିନରେ ଦାମୋଦରଙ୍କ ପରିବାରକୁ ମିଳିଛି ସହାୟତା ରାଶି । ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦିଆଯାଇଥିବାବେଳେ ଘର ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ । ପ୍ରାଥମିକ ସହାୟତା ପାଇବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି ଦାମୋଦର । ଏଥିପାଇଁ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ।