ପୁଲଓ୍ବାମା ଆକ୍ରମଣକୁ ପୂରିଲା ୪ବର୍ଷ, ଭାରତ ହରାଇଥିଲା ୪୦ ଯବାନ
1 min readନୂଆଦିଲ୍ଲୀ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୪ ବର୍ଷ । ସହିଦଙ୍କୁ ମନେ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ପୁରା ଭାରତ । ବ୍ଲାକ ଡେ’ ପାଳୁଛନ୍ତି ଦେଶବାସୀ । ବୀରପୁତ୍ରଙ୍କୁ ବଳିଦାନକୁ ମନେ ପକାଇଲେ ଆଖିରୁ ଆପେ ଆପେ ଲୁହ ଝରିଆସୁଛି । ୧୪ ଫେବ୍ରୁଆରୀ ୨୦୧୯ରେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ଦେଇଥିଲେ ବଡ଼ ଝଟ୍କା । ୧୨ ଦିନରେ ଦେଶ ୪୦ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ସତ, ହେଲେ ଆଜିବି ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ଆକ୍ରମଣ କଥା ମନେ ପଡ଼ିଲେ ସବୁ ଭାରତୀୟଙ୍କ ରକ୍ତ ଗରମ ହୋଇଯାଏ ।
୧୪ ଫେବ୍ରୁଆରୀ ୨୦୧୯, ଅପରାହ୍ନ ୩ଟା । ଜୈସ ଏ- ମ ହମ୍ମଦର ଆତଙ୍କବାଦୀ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ସିଆରପିଏଫ୍ ଯବାନଙ୍କ ବିସ୍ଫୋରକ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ସିଆରପିଏଫର ପ୍ରାୟ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଘଟିଥିଲା ଛାତିଥରା ଘଟଣା ।
ଦେଶ ୧୨ ଦିନରେ ପାକିସ୍ତାନ ଠାରୁ ଏହାର ପ୍ରତିଶୋଧ ନେଇଥିଲା । ୨୬ ଫେବୃଆରୀ ରାତିରେ ଭାରତୀୟ ବାୟୁସେନାର ୧୨ ମିରାଜ୍-୨୦୦୦ ଫାଇଟର ଜେଟ୍ ଏଲଓସି ପାର୍ କରି ବାଲାକୋଟ ଏୟାରଷ୍ଟ୍ରାଇକ କରି ଜୌସ-ଏ -ମହମ୍ମଦର ଆତଙ୍କବାଦୀ ଅଡ୍ଡାକୁ ଧୂଳିସାତ୍ କରିଦେଇଥିଲେ । ପ୍ରାୟ ୩ଶହ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତର ସର୍ଜିକାଲ ଷ୍ଟ୍ରାଇକ । ଘଟଣାକୁ ୪ ବର୍ଷ ବିତିଛି । ହେଲେ ସେଦିନର ସେ ଆକ୍ରମଣ କଥା ମନେ ବଡ଼ିଲେ ଆଜିବି ଦେହ ଥରି ଉଠୁଛି ।