ଏସିଆ ବୁକ ଅଫ ରେକର୍ଡ ପାଇଁ ଯୋଗ୍ୟ ବିବେଚିତ ହେଲେ ୪ବର୍ଷର କୁନି ଝିଅ

ଝାରସୁଗୁଡା: ସରବାହାଲର ବିସ୍ମୟ ବାଳିକା ଗୁରୁସିନ କୈାର ଚାୱଲା । ବୟସ ମାତ୍ର ଚାରି ବର୍ଷ , ହେଲେ ନିଜର ବିସ୍ମୟ ପ୍ରତିଭା ଯୋଗୁ ବେଶ ପରିଚିତ । ଆମେ କହୁଛୁ ଝାରସୁଗୁଡାର ଚାରି ବର୍ଷର କୁନି ଝିଅ ଗୁରୁସିନ କୈାର ଚାବଲାଙ୍କ ବିସୟରେ ଯିଏ କି କର୍ଷିଭ ରାଇଟିଂରେ ଏସିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି ନିଜ ନାମରେ ।

ବୟସ ମାତ୍ର ଚାରି ବର୍ଷ । ହେଲେ ଭିତରେ ରହିଛି ଅନନ୍ୟ ପ୍ରତିଭା । କର୍ଷିଭ ରାଇଟିଂରେ ଏସିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି ଝାରସୁଗୁଡାର ଏହି କୁନି ଝିଅ ଗୁରୁସିନ କୈାର ଚାୱଲା । ସରବାହାଲ ଅଞ୍ଚଳର ଗୁରପ୍ରୀତ ସିଂ ଚାୱଲାଙ୍କ ଝିଅ ଗୁରୁସିନ । ଦିନକୁ ଘଣ୍ଟାଟିଏ ସମୟ ବାହାର କରି ସୁନ୍ଦର ଭାବେରେ କର୍ଷିଭ ରାଇଟିଂ ଲେଖି ସେ ସମସ୍ତଙ୍କୁ ଚକିତ କରିଛନ୍ତି ।  ପିଲାଦିନରୁ ଝିଅର ଏଭଳି କଳା ଦେଖି ପରିବାର ଲୋକେ ଝିଅକୁ ଆଗକୁ ଯିବା ପାଇଁ ଶିକ୍ଷାଦାନ ମଧ୍ୟ ଦେଇ ଆସୁଛନ୍ତି । ଝିଅର ଏଭଳି ଦକ୍ଷତା ପାଇଁ ବାପା ମା’ ବେଶ ଖୁସି ଥିବା ବେଳେ ଆଗକୁ କିଭଳି ନା କରିବ ସେ ନେଇ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।

ଗୁରୁସିନ୍‌ ଙ୍କ ଦକ୍ଷତା ଦେଖିବା ପରେ ପ୍ରଥମେ ଇଣ୍ଡିଆ ବୁକ ଅଫ ରେକର୍ଡରେ ଅନଲାଇନ ପଞ୍ଜିକତ କରାଇଥିଲେ ମା’ । ପରିବର୍ତ୍ତି ସମୟରେ ଡିସେମ୍ବର ମାସରେ ଏସିଆ ବୁକ ଅଫ ରେକର୍ଡ ହାସଲ ନିମନ୍ତେ ଆବେଦନ କରିଥିଲେ । ଏହାପରେ ଅନଲାଇନ ମାଧ୍ୟରେ ଗୁରୁସିନଙ୍କର ଟେଷ୍ଟ ନିଆଯାଇଥିଲା । ତା ପରେ ପରେ ଏହି  ରେକର୍ଡ ହାସଲ କରିଥିଲେ ଗୁରୁସିନ ।

ଏହି ଚାରି ବର୍ଷର ବିସ୍ମୟୀ ବାଳିକା ଗୁରୁସିନ କୈାର ଚାୱଲା  ନିଜ ପ୍ରତିଭା ଯୋଗୁ ଏସିଆ ବୁକ ଅଫ ରେକର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଗକୁ ମଧ୍ୟ ନିଜର ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି ପରିବାର ଲୋକେ ।

Leave a Reply