୪ ବର୍ଷ ବୟସରେ ଏସପି ଚୌକିରେ ବସିବାର ସୌଭାଗ୍ୟ

ଛତିଶଗଡ଼: ସୁକମା ଜିଲ୍ଲାର ଏସପି ସିଟରେ ବସିଲେ ଆରାଧ୍ୟା ।  ଏସପିଙ୍କ ଚୌକିରେ ବସିବା ପାଇଁ ଆରାଧ୍ୟାଙ୍କୁ ଆଇପିଏସ ଅଫିସର ହେବାକୁ ପଡିନି । କରୋନା ବିରୋଧରେ ସଚେତନା କରୁଥିବାରୁ ତାଙ୍କୁ ମିଳିଛି ପୁରସ୍କାର । ଆରାଧ୍ୟାଙ୍କ ଗୋଟିଏ ଭିଡିଓ ଭାଇରାଲ ହେଲା ପରେ ଏବେ ବିଭିନ୍ନ ମହଲରୁ ସାଉଁଟୁଛନ୍ତି ପ୍ରଶଂସା ।

କରୋନା ବିରୋଧରେ ସଚେତନ କରୁଥିବାରୁ ମିଳିଲା ପୁରସ୍କାର

ସୁକମା ଏସପିଙ୍କ ଚୌକିରେ ବସିଲେ ୪ ବର୍ଷର ଆରାଧ୍ୟା ।  ଏସପି ସଲଭ ସିହ୍ନା ନିଜ ଚୌକିରୁ ଉଠି  ଆରାଧ୍ୟାଙ୍କୁ ବସାଇଲେ ।   କରୋନା ବିରୋଧରେ ସଚେତନ କରାଉଥିବାରୁ ଆରାଧ୍ୟାଙ୍କୁ କଲେ ପ୍ରଶଂସା ।  ବଦଳରେ ଏସପିଙ୍କୁ ମାସ୍କ ଦେଲେ ଆରାଧ୍ୟା ।  ଏହି ଦୃଶ୍ୟ ହେଉଛି ଛତିଶଗଡର ସୁକମା ପୋଲିସ ଜିଲ୍ଲା ଏସପି କାର୍ଯ୍ୟାଳୟର ।  କରୋନା ବିରୋଧରେ ଆରାଧ୍ୟାଙ୍କ ସଚେତନତା ଭିଡିଓ ଭାଇରାଲ ହେଲା ପରେ ଏଭଳି ସଲାମ ଜଣାଇଛି ସୁକମା ପୋଲିସ ।

ଲକଡାଉନ ସମୟରେ ଲୋକେ ଘର ଭିତରେ ରହି ଚିନ୍ତାଗ୍ରସ୍ତ ରହୁଥିବାବେଳେ ଆରାଧ୍ୟାଙ୍କ ଭିଡିଓ ଦେଉଛି ବଞ୍ଚିବାର ଖୋରାକ । ପୋଲିସ ବର୍ଦ୍ଦି ପିନ୍ଧି କରୋନା ବିରୋଧରେ ଲଢିବା ପାଇଁ ସଚେତନ କରୁଛନ୍ତି ୪ ବର୍ଷର ଆରାଧ୍ୟା ।  ମାସ୍କ କେମିତି ପିନ୍ଧିବେ, ସାମାଜୀକ ଦୁରତା କିପରି ରଖିବେ, ସବୁବେଳେ ହାତ କିପରି ଧୋଇବେ ଏନେଇ  ସଚେତନ କରୁଛନ୍ତି ଆରାଧ୍ୟା  ।

ଧୂଳି ମାଟିରେ ଖେଳିବା ବୟସରେ ଆରାଧ୍ୟାଙ୍କ ଏଭଳି ପ୍ରୟାସ ଅନେକଙ୍କୁ ଅନୁପ୍ରାଣିତ କରୁଛି ।

Leave a Reply