୪ ବର୍ଷ ବୟସରେ ଏସପି ଚୌକିରେ ବସିବାର ସୌଭାଗ୍ୟ
ଛତିଶଗଡ଼: ସୁକମା ଜିଲ୍ଲାର ଏସପି ସିଟରେ ବସିଲେ ଆରାଧ୍ୟା । ଏସପିଙ୍କ ଚୌକିରେ ବସିବା ପାଇଁ ଆରାଧ୍ୟାଙ୍କୁ ଆଇପିଏସ ଅଫିସର ହେବାକୁ ପଡିନି । କରୋନା ବିରୋଧରେ ସଚେତନା କରୁଥିବାରୁ ତାଙ୍କୁ ମିଳିଛି ପୁରସ୍କାର । ଆରାଧ୍ୟାଙ୍କ ଗୋଟିଏ ଭିଡିଓ ଭାଇରାଲ ହେଲା ପରେ ଏବେ ବିଭିନ୍ନ ମହଲରୁ ସାଉଁଟୁଛନ୍ତି ପ୍ରଶଂସା ।
କରୋନା ବିରୋଧରେ ସଚେତନ କରୁଥିବାରୁ ମିଳିଲା ପୁରସ୍କାର
ସୁକମା ଏସପିଙ୍କ ଚୌକିରେ ବସିଲେ ୪ ବର୍ଷର ଆରାଧ୍ୟା । ଏସପି ସଲଭ ସିହ୍ନା ନିଜ ଚୌକିରୁ ଉଠି ଆରାଧ୍ୟାଙ୍କୁ ବସାଇଲେ । କରୋନା ବିରୋଧରେ ସଚେତନ କରାଉଥିବାରୁ ଆରାଧ୍ୟାଙ୍କୁ କଲେ ପ୍ରଶଂସା । ବଦଳରେ ଏସପିଙ୍କୁ ମାସ୍କ ଦେଲେ ଆରାଧ୍ୟା । ଏହି ଦୃଶ୍ୟ ହେଉଛି ଛତିଶଗଡର ସୁକମା ପୋଲିସ ଜିଲ୍ଲା ଏସପି କାର୍ଯ୍ୟାଳୟର । କରୋନା ବିରୋଧରେ ଆରାଧ୍ୟାଙ୍କ ସଚେତନତା ଭିଡିଓ ଭାଇରାଲ ହେଲା ପରେ ଏଭଳି ସଲାମ ଜଣାଇଛି ସୁକମା ପୋଲିସ ।
ଲକଡାଉନ ସମୟରେ ଲୋକେ ଘର ଭିତରେ ରହି ଚିନ୍ତାଗ୍ରସ୍ତ ରହୁଥିବାବେଳେ ଆରାଧ୍ୟାଙ୍କ ଭିଡିଓ ଦେଉଛି ବଞ୍ଚିବାର ଖୋରାକ । ପୋଲିସ ବର୍ଦ୍ଦି ପିନ୍ଧି କରୋନା ବିରୋଧରେ ଲଢିବା ପାଇଁ ସଚେତନ କରୁଛନ୍ତି ୪ ବର୍ଷର ଆରାଧ୍ୟା । ମାସ୍କ କେମିତି ପିନ୍ଧିବେ, ସାମାଜୀକ ଦୁରତା କିପରି ରଖିବେ, ସବୁବେଳେ ହାତ କିପରି ଧୋଇବେ ଏନେଇ ସଚେତନ କରୁଛନ୍ତି ଆରାଧ୍ୟା ।
ଧୂଳି ମାଟିରେ ଖେଳିବା ବୟସରେ ଆରାଧ୍ୟାଙ୍କ ଏଭଳି ପ୍ରୟାସ ଅନେକଙ୍କୁ ଅନୁପ୍ରାଣିତ କରୁଛି ।