ଚାରି ବର୍ଷର ନୀରୀହ ଶିଶୁକୁ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲା ପିଉସା

1 min read

ହରିୟାଣା : ସାଇବର ସିଟି ଗୁରୁଗ୍ରାମର ପଟୈାଦୀଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  । ଯେଉଁଠାରେ ୪ ବର୍ଷର ନିରୀହ ଶିଶୁକୁ ପେଟ୍ରୋଲ ଢାଳି ଜାଳିଦିଆଯାଇଛି  । ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି କି ରୋହତକ ବାସିନ୍ଦା ରିଙ୍କୁ ନିଜ ପତ୍ନୀକୁ ଭେଟିବାକୁ ଶଳା ଘରକୁ ଆସିଥିଲା  । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଲାଗିଥିବା କଥା କୁହାଯାଉଛି  । ଉଭୟ  ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଥରେ ଝଗଡ଼ା ଲାଗିବାରୁ ରିଙ୍କୁ ରାଗିଯାଇ ନିଜ ଶଳାର ପୁଅ-ଝିଅକୁ ପେଟ୍ରୋଲ ଢାଲି ଜୀଅନ୍ତା ଜାଳିଦେଇଥିଲା  ।

ପେଟ୍ରୋଲ ଢାଳି ଦୁଇ ଛୁଆଙ୍କୁ ଜାଲିଥିଲା :

ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚି ଆହତ ଦୁଇ ପିଲାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ପହଁଚାଇଥିଲା  । ଏହି ଘଟଣାରେ ଦିଲ୍ଲୀର ସଫଦରଗଞ୍ଜ ଡାକ୍ତରଖାନାରେ ୪ ବର୍ଷର ନିରୀହ ଶିଶୁ ମୃତ୍ୟବରଣ କରିଥିଲା  । ପୋଲିସ ଅଭିଯୁକ୍ତ ନାଁ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଅଭିଯୁକ୍ତର ପତ୍ତା ମିଳିଯିବ ବୋଲି ପୋଲିସ ସୂଚନା ଦେଇଛି  ।

ଅଭିଯୁକ୍ତ ସନ୍ଧାନରେ ପୋଲିସ :

ପ୍ରାୟ ୩ ବର୍ଷ ପୂର୍ବେ ପଟୈାଦା ବାସିନ୍ଦା ସୁମନଙ୍କ ସହ ରୋହତକରେ ରହୁଥିବା ରିଙ୍କୁର ବିବାହ ହୋଇଥିଲା  ।  କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ରିଙ୍କୁ ପତ୍ନୀ ସୁମନ ନିଜ ଭାଇ ଘରେ ରହିଆସୁଥିଲେ  । ପରିବାରବର୍ଗ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ଲାଗି ଅନେକ ଥର ପ୍ରଚେଷ୍ଟା କରିଥିଲେ ମଧ୍ୟ ପ୍ରତ୍ୟେକ ବାର ବିଫଳ ହୋଇଥିଲେ  ।

ହତ୍ୟା ମାମଲା ରୁଜ୍ଜୁ କଲା ପୋଲିସ :

ପାରିବାରିକ କଳହରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି  । ପୋଲିସ ଅଭିଯୁକ୍ତ ନାରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତର ଗିରଫ ନିମନ୍ତେ ଖୋଜାଖୋଜି ଆରମ୍ଭ କରିଦେଇଛି  । ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରି ଜେଲ ପଠାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି  ।

 

 

Leave a Reply