ଚାରି ବର୍ଷର ନୀରୀହ ଶିଶୁକୁ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲା ପିଉସା
1 min readହରିୟାଣା : ସାଇବର ସିଟି ଗୁରୁଗ୍ରାମର ପଟୈାଦୀଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ୪ ବର୍ଷର ନିରୀହ ଶିଶୁକୁ ପେଟ୍ରୋଲ ଢାଳି ଜାଳିଦିଆଯାଇଛି । ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି କି ରୋହତକ ବାସିନ୍ଦା ରିଙ୍କୁ ନିଜ ପତ୍ନୀକୁ ଭେଟିବାକୁ ଶଳା ଘରକୁ ଆସିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଲାଗିଥିବା କଥା କୁହାଯାଉଛି । ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଥରେ ଝଗଡ଼ା ଲାଗିବାରୁ ରିଙ୍କୁ ରାଗିଯାଇ ନିଜ ଶଳାର ପୁଅ-ଝିଅକୁ ପେଟ୍ରୋଲ ଢାଲି ଜୀଅନ୍ତା ଜାଳିଦେଇଥିଲା ।
ପେଟ୍ରୋଲ ଢାଳି ଦୁଇ ଛୁଆଙ୍କୁ ଜାଲିଥିଲା :
ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚି ଆହତ ଦୁଇ ପିଲାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ପହଁଚାଇଥିଲା । ଏହି ଘଟଣାରେ ଦିଲ୍ଲୀର ସଫଦରଗଞ୍ଜ ଡାକ୍ତରଖାନାରେ ୪ ବର୍ଷର ନିରୀହ ଶିଶୁ ମୃତ୍ୟବରଣ କରିଥିଲା । ପୋଲିସ ଅଭିଯୁକ୍ତ ନାଁ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଅଭିଯୁକ୍ତର ପତ୍ତା ମିଳିଯିବ ବୋଲି ପୋଲିସ ସୂଚନା ଦେଇଛି ।
ଅଭିଯୁକ୍ତ ସନ୍ଧାନରେ ପୋଲିସ :
ପ୍ରାୟ ୩ ବର୍ଷ ପୂର୍ବେ ପଟୈାଦା ବାସିନ୍ଦା ସୁମନଙ୍କ ସହ ରୋହତକରେ ରହୁଥିବା ରିଙ୍କୁର ବିବାହ ହୋଇଥିଲା । କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ରିଙ୍କୁ ପତ୍ନୀ ସୁମନ ନିଜ ଭାଇ ଘରେ ରହିଆସୁଥିଲେ । ପରିବାରବର୍ଗ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ଲାଗି ଅନେକ ଥର ପ୍ରଚେଷ୍ଟା କରିଥିଲେ ମଧ୍ୟ ପ୍ରତ୍ୟେକ ବାର ବିଫଳ ହୋଇଥିଲେ ।
ହତ୍ୟା ମାମଲା ରୁଜ୍ଜୁ କଲା ପୋଲିସ :
ପାରିବାରିକ କଳହରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଅଭିଯୁକ୍ତ ନାରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତର ଗିରଫ ନିମନ୍ତେ ଖୋଜାଖୋଜି ଆରମ୍ଭ କରିଦେଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରି ଜେଲ ପଠାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି ।