ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଗତକାଲି ବିଳମ୍ବିତ ରାତିରେ ଟ୍ରେନ ଲାଇନ ଚ୍ୟୁନ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ, ସମସ୍ତେ ସୁରକ୍ଷିତ ଅଛନ୍ତି । ଟ୍ରେନର ୪ ଟି ୱାଗନ ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଯାଇଥିଲା  । ସେହି ରୁଟ୍ ଦେଇ ଯାଉଥିବା ଅନ୍ୟ ଟ୍ରେନଗୁଡ଼ିକୁ ବାତିଲ କରାଯାଇଥିଲା ।

କିଛି ଟ୍ରେନକୁ ଅନ୍ୟ ରୁଟରେ ଡାଇଭର୍ଟ କରାଯାଇଛି । ଏକ ସିମେଣ୍ଟ ବୋଝେଇ ମାଲଗାଡ଼ି ଝାରସୁଗୁଡ଼ା ପଟୁ ସମ୍ବଲପୁର ସିଟି ଷ୍ଟେସନ ରାସ୍ତାରେ ଯାଉଥିବା ବେଳେ ସରଲା ୟାର୍ଡ  ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହୋଇଥିଲା । ଆଜି ସକାଳୁ ସକାଳୁ କ୍ଷତିଗ୍ରସ୍ତ ଟ୍ରେନ ଟ୍ରାକର ମରାମତି କାର୍ଯ୍ୟ ଜାରି ରହିଛି ।