ବେଳାଭୂମିରେ ଗାଧୋଉଥିବା ବେଳେ ଟାଣି ନେଲା ଜୁଆର
ପୁରୀ: ପୁରୀ ବେଳାଭୂମିରେ ଗାଧୋଉଥିବା ବେଳେ ବୁଡିଯାଉଥିବା ଚାରି ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହାଓଡା ଓ ସାନ୍ଥ୍ରାକାଛି ଅଞ୍ଚଳର ଗୋବିନ୍ଦ ଧର, ତନଶ୍ରୀ ଧର, ବାବୁଲା ମାଲାକର ଓ ଜୁମା ମାଲାକର୍ ।
ପୁରୀ ବୁଲିବାକୁ ଆସି ଆଜି ସକାଳେ ସେମାନେ ବେଳାଭୂମିରେ ଗାଧୋଉଥିବା ବେଳେ ଜୁଆର ସମୁଦ୍ର ଭିତରକୁ ଟାଣି ନେଇଥିଲା । କିନ୍ତୁ ଭାଗ୍ୟ ଟାଣ୍ ଥିବାରୁ ସେଠାରେ ମୁତୟନ ଥିବା ଅଗ୍ନିଶମ କର୍ମଚାରୀ ଓ ଲାଇଫଗାର୍ଡ ଅକ୍ଳାନ୍ତ ପରିଶ୍ରମରେ ଉଦ୍ଧାର କରାଯାଇଛି । ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇଥିଲା । ତେବେ ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ଓ ଜୁଆରିଆ ରହିଛି ।