ଗଣେଶ ଭସାଣ ବେଳେ ଭାସିଗଲେ ୪ ଛାତ୍ର !

ବାରିପଦା : ଗଣେଶ ଭସାଣ ବେଳେ ବଡ଼ ଅଘଟଣ । ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର । ୨ ଜଣ ଉଦ୍ଧାର ହୋଇଥିବାବେଳେ ଏବେବି ଆଉ ଦୁଇଜଣ ନିଖୋଜ ଅଛନ୍ତି । ବାରିପଦା ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଘଟିଛି ଅଭାବନୀୟ ଘଟଣା । ସକାଳେ ୬ଜଣ ଛାତ୍ର ଭସାଣ ପାଇଁ ଯାଇଥିଲେ । ସେମାନଙ୍କ ମଧ୍ଯରୁ ୪ ଜଣ ପାଣି ଭିତରେ ପଶିଥିଲେ । ମୂର୍ତ୍ତି ଭସାଇବାବେଳେ ୪ ଜଣ ଛାତ୍ର ଭାସିଯାଇଥିଲେ । ୨ ଜଣ ଛାତ୍ର ଉଦ୍ଧାର ହୋଇଥିବାବେଳେ ଅନ୍ଯ ଦୁଇଜଣ ଏବେବି ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ନିଖୋଜ ଛାତ୍ରଙ୍କ ବୟସ ୧୨ରୁ ୧୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।