ପିଡିଏସ୍‌ ଚାଉଳ ଚୋରା ଚାଲାଣ ଘଟଣା, ନିଲମ୍ବିତ ହେଲେ ୪ଜଣ ଆର୍‌ପିଏଫ୍‌ କର୍ମଚାରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ପିଡିଏସ୍‌ ଚାଉଳ ଚୋରା ଚାଲାଣ ଘଟଣା। ଦାୟିତ୍ୱରେ ଅବହେଳା ଅଭିଯୋଗରେ ୪ଜଣ ଆର୍‌ପିଏଫ୍‌ କର୍ମଚାରୀ ନିଲମ୍ବିତ । ଗତ ୮ତାରିଖ ଦିନ ଝାରସୁଗୁଡ଼ା ଡବ୍ଲିଂ କଲୋନୀ ପାଖରେ ଥିବା ରାମମନ୍ଦିର ପାଖରୁ ଗୋଟିଏ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ପିଡିଏସ୍‌ ଚାଉଳ ଜବତ କରାଯାଇଥିଲା।

ଝାରସୁଗୁଡ଼ା ଜିଆରପି ଘଟଣାର ତଦନ୍ତ କରୁଛି । ସେପଟେ ରାଞ୍ଚିରେ ଆର୍‌ପିଏଫ୍‌ ତରଫରୁ ମାମଲା ରୁଜୁ କରି ଝାରସୁଗୁଡ଼ା ତେଳିଭଟ ଅଞ୍ଚଳର ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥିସହ ଦାୟିତ୍ୱରେ ଅବହେଳା ଯ଼ୋଗୁଁ ଝାରସୁଗୁଡ଼ା ଆରପିଏଫ୍‌ ଥାନା ଅଧିକାରୀ ଏଲ୍‌କେ ଦାଶ, ଏଏସ୍‌ଆଇ ଏସ୍‌କେ କୁମାର, ହାବିଲଦାର ଆର୍‌ବି ଠାକୁର ଓ ଡି ବାଖ୍ଲ।ଙ୍କୁ ନିଲମ୍ବନ କରାଯାଇଛି ।

ହୀରାକୁଦରୁ ରାଞ୍ଚି ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ରୁ ଚୋରି ହୋଇଥିବା ୨୮୮ ବସ୍ତା ଚାଉଳର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ।

Leave a Reply