ଖନନ ବେଳେ ଆଦିବାସୀ ପରିବାରକୁ ମିଳିଲା ସୁନାମୁଦ୍ରା, ପୋଲିସ ଛଡାଇ ନେଇ ନିଲମ୍ବିତ

ଭୋପାଳ: ମଧ୍ୟପ୍ରଦେଶର ଅଲୀରାଜପୁରରେ ଜଣେ ଆଦିବାସୀ ଯୁବକଙ୍କ ଠୁ ୨୪୦ଟି ସୁନା ମୁଦ୍ରା ହଡପ କରି ନିଲମ୍ବିତ ହେଲେ ୪ ପୋଲିସ କର୍ମୀ  । ଏହି ପୋଲିସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ପରେ ଥାନାଅଧିକାରୀଙ୍କ ସମେତ ୩ ଜଣ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ୪ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୭୯ ଆଧାରରେ ଚୋରି ମାମଲା ରୁଜୁ ହୋଇଛି  ।

ଗତ ଜୁଲାଇ ୧୯ରେ ପୋଲିସକର୍ମୀ ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ମାଡ ମାରିବା ସହ ୨୪୦ଟି ସୁନା ମୁଦ୍ରା ଛଡାଇ ନେଇଥିଲେ  । ଏହି ଆଦିବାସୀ ପରିବାର ଗୁଜୁରାଟରେ ରହି ଶ୍ରମିକ କାମ କରୁଥିବା ସମୟରେ ଏକ ଖାଦାନରେ ଖନନ ବେଳେ ସେମାନଙ୍କୁ ସୁନାମୁଦ୍ରା ମିଳିଥିଲା  । ଅଭିଯୋଗକାରୀ ଗୋଟିଏ ମୁଦ୍ରା ପୋଲିସ ପାଖକୁ ନେଇ ଆସିଥିଲେ  । ଯାହାର ଓଜନ ୭.୯୮ ଗ୍ରାମ ଥିଲା  । ଏହି ସ୍ବର୍ଣ୍ଣମୁଦ୍ରା ୧୯୨୨ ବ୍ରିଟିଶ ସମୟର ଥିଲା  ।

ଏହି ଖାଦାନର ଅନୁସନ୍ଧାନ ପାଇଁ ମଧ୍ୟପ୍ରଦେଶ ପୋଲିସର ଏକ ଟିମ ଗୁଜୁକାଟ ଯାଇଛି  । ଅଲିରାଜପୁର, ଝାବୁଆ ଓ ମଧ୍ୟ ପ୍ରଦେଶର ଅନ୍ୟ ଜିଲ୍ଲାର ଆଦିବାସୀ ପୁରୁଷ ଓ ମହିଳା ଜୀବୀକା ପାଇଁ ରାଜସ୍ଥାନ ଓ ଗୁଜୁରାଟ ଯାତ୍ରା କରୁଛନ୍ତି  ।