ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୬୦କୁ ବୃଦ୍ଧି, ଆଉ ୪ ନୂଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବମିଖାଲ ଅଞ୍ଚଳରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଝାରପଡ଼ା ଅଞ୍ଚଳରୁ ଜଣକୁ ଚିହ୍ନଟ କରାଯାଇଛି । ଆଜି ସକାଳେ ଯାଜପୁର ଅଞ୍ଚଳରୁ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ଗତକାଲି ୫୬୪ ସାମ୍ପୁଲ ପରୀକ୍ଷା ହୋଇଥିଲା । ସେଥିରୁ ଆଜି ୫ଟି ପଜିଟିଭ ଚିହ୍ନଟ ହୋଇଛି ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଝାରପଡ଼ା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ ୫୦ ବର୍ଷ । ସଂପୃକ୍ତ ବ୍ୟକ୍ତି ଜଣକ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ । ବମିଖାଲ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ଦୁଇଜଣ ପୁରୁଷଙ୍କ ବୟସ ୫୧ ଓ ୭୦ ବର୍ଷ ହୋଇଥିବା ବେଳେ ମହିଳାଙ୍କର ବୟସ ୫୧ ବର୍ଷ ବୋଲି ଜଣା ପଡ଼ିଛି ।

Leave a Reply