spot_img

Latest Posts

ଏନକାଉଣ୍ଟରରେ ୪ ମାଓବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ : ଗଡଚିରୋଲି- ନାରାୟଣପୁର ସୀମାରେ ବଡ ଧରଣର ଏନକାଉଣ୍ଟର। ୩ ମହିଳା ମାଓବାଦୀଙ୍କ ସମତେ ୪ ଜଣ ପ୍ରାଣ ହରାଇଛନ୍ତି। ପ୍ରାୟ ୮ ଘଣ୍ଟାର ଅପରେସନ ପରେ ଟଳିଛନ୍ତି ମାଓବାଦୀ। ଗଡଚିରୋଲି ଡିଭିଜନର ଗଟ୍ଟା ଦଳମ କମ୍ପାନୀ ନମ୍ବର ଟେନ ଓ ଅନ୍ୟ ମାଓବାଦୀ ସଂଗଠନ ଜଙ୍ଗଲ ଭିତରେ ଥିବା ସୂଚନା ମିଳିବା ପରେ ସେଠାରେ ଆରମ୍ଭ ହୋଇଥିଲା ଅପରେସନ। ମହାରାଷ୍ଟ୍ର ପୋଲିସର ୧୯-ସି-୬୦ କମାଣ୍ଡୋ ୟୁନିଟ ଏବଂ ସିଆରପିଏଫର କୁଇକ ଆକ୍ସନ ଟିମ ପକ୍ଷରୁ ଏହି ଅପରେସନ କରାଯାଇଥିଲା। ଏହାର ନେତୃତ୍ବ ନେଉଥିଲେ ଅତିରିକ୍ତ ଏସପି ଏମ. ରମେଶ। ଗୁଇନ୍ଦା ସୂଚନା ଆଧାରରେ ମାଓବାଦୀଙ୍କ ଗୋପନ ଆଡ୍ଡାସ୍ଥଳୀ ନିକଟରେ ପହଞ୍ଚିଥିଲା ଟିମ। ପୋଲିସ ପହଞ୍ଚିବା ପରେ ସେଠାରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ପରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ନିକଟରୁ ଏସଏଲଆର, ଇନସାସ ରାଇଫଲ ଓ ଏକ ୩୦୩ ରାଇଫଲ ଜବତ ହୋଇଛି।

Latest Posts

Don't Miss