ହରିୟାଣା ନିର୍ବାଚନ ପୂର୍ବରୁ JJPକୁ ବଡ଼ ଝଟକା, ୨ ଦିନରେ ଦଳ ଛାଡ଼ିରେ ୪ ବିଧାୟକ
1 min read
ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନ ପୂର୍ବରୁ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । JJPକୁ ଲାଗିଛି ବଡ଼ ଝଟକା । ୨ ଦିନରେ ୪ ଜଣ ବିଧାୟକ ଦଳ ଛାଡ଼ିଛନ୍ତି । ଇଶ୍ବର ସିଂହ, ଦେବେନ୍ଦ୍ର ବବଲି, ଅନୁପ ଧାକନ, ରାମ କରଣ ଦଳ ଛାଡ଼ିଛନ୍ତି । ଏମାନେ କେଉଁ ଦଳରେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟରେ ବିଜେପି ସରକାରରେ ରହିଛି । ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ୯୦ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ଅକ୍ଟୋବର ୪ରେ ଫଳାଫଳ ବାହାରିବ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା । ଦ୍ବିତୀୟରେ କଂଗ୍ରେସ ରହିଥିବାବେଳେ ଜେଜେପି ପକ୍ଷରୁ ୧୦ ଜଣ ବିଧାୟକ ଜିତିଥିଲେ । ଏବେ ୪ ଜଣ ବିଧାୟକ ଦଳ ଛାଡ଼ିବା ଦଳ ପାଇଁ ମାଇନସ ହୋଇଛି ।