ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭଉଣୀମାନଙ୍କ ସହ ଚାଲିଗଲେ ଦୁଇଭାଇ

ଢ଼େଙ୍କାନାଳ: ଚାହୁଁ ଚାହୁଁ ଚାଲିଗଲା କୋମଳମତି ଶିଶୁଙ୍କର ଜୀବନ । ଦୁନିଆକୁ ଟିକେ ଭଲରେ ଜାଣିବା ପୂର୍ବରୁ ଲିଭିଗଲା ଧିମି ଧିମି ହୋଇ ଜଳିବାକୁ ଆରମ୍ଭ କରୁଥିବା ଜୀବନ ଦିପ । ଜଣେ ନୁହେଁ କି ଦୁଇଜଣ ନୁହେଁ,  ପୋଖରୀରେ ବୁଡ଼ି ଏକାଥରକେ ୪ ଜଣଙ୍କର ମୃତ୍ୟୁ ହୋଇଛି ।  ହାତ ଧରାଧରି ହୋଇ ଚାଲିଗଲେ ଦୁଇ ଭାଇ ଆଉ ଦୁଇ ଭଉଣୀ । ସାଙ୍ଗ ହୋଇ ଖେଳୁଥିଲେ ଆଉ ଏବେ ସାଙ୍ଗହୋଇ ଆରପାରିକୁ ମଧ୍ୟ ଚାଲିଗଲେ । ବୋଧେ ଏମାନଙ୍କ କୋମଳ ଜୀବନ ଉପରେ କାଳର କଳା ନଜର ପଡ଼ିଥିଲା । ଯେଉଁଥି ପାଇଁ ପୋଖରୀରେ ଜଗି ବସିଥିଲା ଯମ । ଗାଧୋଇଲା ବେଳେ ଦୁଇ ଭଇଣୀ ଏବଂ ଦୁଇ ଭାଇ ଦୁନିଆରୁ ବିଦାୟ ନେଲେ ।

ରାଖି ବାନ୍ଧି ଭଉଣୀକୁ ସବୁ ସମୟରେ ରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିବା ଭାଇ ଆଜି ତା ଭଉଣୀର ପ୍ରତିଶ୍ରୁତିକୁ ରକ୍ଷା କରିଛି । କିନ୍ତୁ ପ୍ରତିଶ୍ରୁତିକୁ ରକ୍ଷା କରୁ କରୁ ହାରି ଦେଇଛି ନିଜ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ସଦର ଥାନା ଗୋବିନ୍ଦପୁର ବାରବାଙ୍କ ସବର ସାହିରେ । ଘରେ ଲାଇନ ନଥିବାରୁ ଘର ପଛପଟେ ଥିବା ଏକ ପୋଖରୀକୁ ଗଧୋଇବାକୁ ଯାଇଥିଲେ । କିନ୍ତୁ ସବୁଦିନ ଠାରୁ ଆଜି ବୋଧେ କିଛି ଅଲଗା ଲେଖା ଥିଲା ସେମାନଙ୍କର ଭାଗ୍ୟରେ । ଗାଧୋଇବା ବେଳେ ଦୁଇଜଣ ନାବାଳିକାଙ୍କର ଗୋଡ଼ ଖସିଯାଇଥିଲା ।

ଦୁଇ ଭଉଣୀ ପାଣିରେ ବୁଡ଼ୁଥିବାର ଦେଖି ପାଣିକୁ ଡ଼େଇଁପଡ଼ିଥିଲେ ଦୁଇ ଭାଇ । ଫଳରେ ପାଣିରେ ବୁଡ଼ି ୪ ଜଣଙ୍କର ଜୀବନ ଚାଲିଯାଇଛି । ମୃତକ ମାନେ ହେଉଛନ୍ତି  ଗୋଟିଏ କୁଟୁମ୍ବର । ତୃପ୍ତିମୟୀ ଦେହୁରୀ ୧୬ ବର୍ଷ, ତୃପ୍ତିବାଳା ଦେହୁରୀ ୧୩ ବର୍ଷ, ନେହାଲ ଦେହରୁୀ ୮ ବର୍ଷ ଏବଂ ରାଜେଶ ଦେହୁରୀ ୧୦ ବର୍ଷ । ଘରର ରତ୍ନମାନଙ୍କୁ ହରାଇ ଶୋକରେ ଫାଟିପଡ଼ୁଛି ପରିବାର ।

Leave a Reply