spot_img

Latest Posts

କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

କଟକ: କାର ଡିଲରସିପ କରାଇଦେବାକୁ କହି ଜଣେ ବ୍ୟବସାୟୀଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ କିଆ କମ୍ପାନୀର କାର ଡିଲରସିପ୍ ସମ୍ବଲପୁରରେ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ‘କିଆ ର ଯୋଗାଯୋଗ ନମ୍ବର ଗୁଗୁଲରେ ଖୋଜିଥିଲେ। ଗୁଗୁଲରେ ନମ୍ବର ମିଳିବା ପରେ କମ୍ପାନି ସହିତ ଯୋଗାଯୋଗ କରିଥିଲେ। ଫୋନ୍ ଉଠାଇଥିବା ବ୍ୟକ୍ତି ନିଜକୁ ‘କିଆ ର ଅଧିକାରୀ ଭାବେ ପରିଚୟ ଦେଇଥିଲେ । ଡିଲରସିପ୍ ଖୋଲିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଜମା କରିବାକୁ ସେ କହିଥିଲା। ଫଳରେ ବ୍ୟବସାୟୀ ଜଣକ ନଭେମ୍ବର ୨୯ ରେ ୨୫ ଲକ୍ଷ ଓ ଡିସେମ୍ବର ୧୦ ତାରିଖରେ ୧୫ ଲକ୍ଷ ଟଙ୍କା ଦୁଇଟି ଆକାଉଣ୍ଟରେ ଜମା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଡିସେମ୍ୱର ୧୬ ତାରିଖରେ ଠକମାନେ ଆହୁରି ୧୭ ଲକ୍ଷ ଟଙ୍କା ମାଗିବା ସହିତ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଜମା କରିବାକୁ କହିଥିଲେ । ଏଥିରେ ବ୍ୟବସାୟୀଙ୍କର ସନ୍ଦେହ ହେବାରୁ ସେ ଉକ୍ତ ଆକାଉଣ୍ଟ ଯାଞ୍ଚ କରିଥିଲେ। ଆକାଉଣ୍ଟଟି ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଜଣାପଡ଼ିଥିଲା। ଏହାପରେ ବ୍ୟବସ୍ୟାୟୀ ଜଣକ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସାଇବର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜଣାପଡିଛି ।

Latest Posts

Don't Miss