ସାପ ପେଟରୁ ବାହାରିଲା ଗୋଟା କୁକୁଡ଼ା ଅଣ୍ଡା, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପିପିଲି: କୁକୁଡା ଫାର୍ମରେ ନାଗ ସାପ । ନାଗ ସାପ ପେଟରେ କୁକୁଡ଼ା ଅଣ୍ଡା । ଗୋଟିଏ ପରେ ଗୋଟିଏ କରି ପେଟରୁ ବାହାର କରୁଛି ଅଣ୍ଡା । ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯେମିତି ଗୋଟା ଅଣ୍ଡା ଖାଇଥିଲା ଠିକ ସେମିତି ପୁରା ଗୋଟା ଅଣ୍ଡା ପେଟରୁ ବାହାର କରୁଛି । ପେଟରୁ ୫ଟା ଅଣ୍ଡା ସହ ୨ଟି ଖାେଳପା ବାହାରି ଥିଲା । ସାପ ଅଣ୍ଡା ଖାଇସାରିବା ପରେ ଗୋଟେ ଜାଗାରେ ସ୍ଥିର ଭାରବରେ ରହିଥିଲା । ଏହା ଦେଖି କୁକୁଡ଼ା ଫାର୍ମ ମାଲିକ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ ।

ସାପକୁ ଉଦ୍ଦ।ର କଲା ସ୍ନେକ ହେଲ୍ପ ଲାଇନ୍‌ । ପିପିଲି ଧାନପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ବାସିନ୍ଦା ନବଘନ ବେହେରାଙ୍କ ଫାର୍ମରେ ହଠାତ କୁକୁଡାମାନେ ଉଚ୍ଚ ଶଦ୍ଦରେ ଚିତ୍କାର କରିଥିଲେ । କୁକୁଡାଙ୍କ ଶବ୍ଦ ଶୁଣି ନବଘନ ଦେଖିଲା ବେଳେକୁ ନାଗ ସାପଟି ଗୋଟଏ ଗୋଟିଏ ପରେ କୁକୁଡା ଅଣ୍ଡାକୁ ଗିଳୁଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟକୁ ଖବର ଦେବା ପରେ କୁକୁଡା ଫାର୍ମରୁ ସାପଟିକୁ ଉଦ୍ଦ।ର କରିଥିଲେ । ସାପର ପେଟରୁ ୫ଟି ଅଣ୍ଡା ଓ ଦୁଇଟି ଖୋଳପା ବାହରି ଥିଲା । ପରେ ସାପଟିକୁ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଥିଲା ।

Leave a Reply